Biblia Todo Logo
Bìoball air-loidhne

- Sanasan -




ଯାତ୍ରା ପୁସ୍ତକ 11:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋʼ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ‘ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ;’ ତହିଁ ଉତ୍ତାରେ ମୁଁ ବାହାରି ଯିବି।” ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରିଗଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋʼ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ; ତହିଁ ଉତ୍ତାରେ ମୁଁ ବାହାରି ଯିବି। ଅନନ୍ତର ସେ ପ୍ରଚଣ୍ତ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋ’ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ; ତହିଁ ଉତ୍ତାରେ ମୁଁ ବାହାରି ଯିବି। ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

8 ଏହା ପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମୋ’ ନିକଟକୁ ଆସିବେ ଏବଂ ମୋ’ ଆଗରେ ମଥାନତ କରିବେ। ସେମାନେ କହିବେ, ‘ସମସ୍ତ ଲୋକମାନଙ୍କ ସହିତ ବାହାରି ଯାଅ।’ ଏହା ପରେ ମୁଁ ଯିବି।” ତା'ପରେ କ୍ରୋଧରେ ମୋଶା ଫାରୋଙ୍କୁ ପରିତ୍ୟାଗ କଲେ।

Faic an caibideil Dèan lethbhreac




ଯାତ୍ରା ପୁସ୍ତକ 11:8
18 Iomraidhean Croise  

ଏଉତ୍ତାରେ ବିନ୍‍ହଦଦ୍‍ ତାଙ୍କ ନିକଟକୁ ଲୋକ ପଠାଇ କହିଲା, “ଯେବେ ଶମରୀୟାର ଧୂଳି ମୋʼ ପଶ୍ଚାତ୍‍ଗାମୀ ସମସ୍ତ ଲୋକଙ୍କ ପୂର୍ଣ୍ଣ ମୁଷ୍ଟି ନିମନ୍ତେ ଯଥେଷ୍ଟ ହୁଏ, ତେବେ ଦେବତାମାନେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”


ତହୁଁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଓ ଇଦୋମର ରାଜା ଯାତ୍ରା କରି ସାତ ଦିନର ପଥ ବୁଲିକରି ଗଲେ; ପୁଣି ସୈନ୍ୟମାନଙ୍କ ପାଇଁ ଅବା ସେମାନଙ୍କ ପଶ୍ଚାଦ୍‍ଗାମୀ ପଶୁମାନଙ୍କ ପାଇଁ ଜଳ ମିଳିଲା ନାହିଁ।


ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥାସବୁ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲି।


ହେ ସଦାପ୍ରଭୋ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ।


ତହିଁରେ ମୋଶା କହିଲେ, “ଆପଣ ଭଲ କହିଲେ, ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ।”


ପୁଣି, ରାଜାଗଣ ତୁମ୍ଭର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳନକାରିଣୀ ମାତା ହେବେ; ସେମାନେ ଭୂମିକୁ ମୁଖ କରି ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ପାଦର ଧୂଳି ଚାଟିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଓ ଆମ୍ଭର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”


ପୁଣି, ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା ଓ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହେବା ତୁଲ୍ୟ ସେମାନେ ନିଜ ରକ୍ତରେ ମତ୍ତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସର୍ବ ପ୍ରାଣୀ ଜାଣିବେ।”


ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲେ; ତହୁଁ ମୁଁ ଦୁଃଖିତ ଓ ପରମେଶ୍ୱରଙ୍କ ଆତ୍ମାରେ ତାପିତ ହୋଇ ଗମନ କଲି, ପୁଣି, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ପ୍ରବଳ ଥିଲା।


ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।


ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ।


ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା।


ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, “ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କରିଅଛନ୍ତି? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କଅଣ?”


ସେମାନେ କ୍ଷୁଧାରେ କ୍ଷୀଣ ହେବେ, ସେମାନେ ବ୍ୟାଧିର ଜ୍ୱାଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ; ଆମ୍ଭେ ଧୂଳିର ଉରୋଗାମୀର ବିଷ ସହିତ ଜନ୍ତୁଗଣର ଦନ୍ତ ପଠାଇବା।


ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।


ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।


ପୁଣି ବାରକ୍‍, ସବୂଲୂନ ଓ ନପ୍ତାଲିକି ଏକତ୍ର କେଦଶକୁ ଡକାଇଲା; ଏରୂପେ ସେ ଦଶ ହଜାର ପଦାତିକ ସୈନ୍ୟ ଆପଣା ସଙ୍ଗରେ ଘେନି ଯାତ୍ରା କଲା ଓ ଦବୋରା ତାହା ସଙ୍ଗେ ଗଲେ।


ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।”


Lean sinn:

Sanasan


Sanasan