Biblia Todo Logo
Bìoball air-loidhne

- Sanasan -




ଯାତ୍ରା ପୁସ୍ତକ 10:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ତହିଁରେ ମୋଶା କହିଲେ, ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

9 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ

9 ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।”

Faic an caibideil Dèan lethbhreac




ଯାତ୍ରା ପୁସ୍ତକ 10:9
19 Iomraidhean Croise  

ପୁଣି, ଯୋଷେଫଙ୍କର ସମସ୍ତ ପରିବାର ଓ ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃପରିବାର ତାଙ୍କ ସଙ୍ଗେ ଗମନ କଲେ; ଗୋଶନ ପ୍ରଦେଶରେ ସେମାନେ କେବଳ ଆପଣାମାନଙ୍କ ବାଳକଗଣ ଓ ମେଷପଲ ଓ ଗୋପଲ ଛାଡ଼ିଗଲେ।


ତେବେ ଫାରୋ ସେମାନଙ୍କୁ କହିଲେ, “ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଯିବାକୁ ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।


ଆମ୍ଭମାନଙ୍କ ପଶୁଗଣ ଆମ୍ଭମାନଙ୍କ ସଙ୍ଗରେ ଯିବେ, ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ; କାରଣ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ; ପୁଣି, କି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେମାନେ ଜାଣି ପାରିବୁ ନାହିଁ।”


ତୁମ୍ଭମାନଙ୍କ ବାକ୍ୟାନୁସାରେ ଗୋମେଷାଦି ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ମଧ୍ୟ ଆଶୀର୍ବାଦ କର।”


ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ବାଳକ ବ୍ୟତୀତ ପ୍ରାୟ ଛଅ ଲକ୍ଷ ପୁରୁଷ ପାଦଗତିରେ ରାମିଷେଷ୍‍ଠାରୁ ସୁକ୍କୋତକୁ ଯାତ୍ରା କଲେ।


ପୁଣି, ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ଗୋମେଷାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ପ୍ରସ୍ଥାନ କଲେ।


ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ ଓ ସପ୍ତମ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ କରିବ।


ଏଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ; ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ମିସରର ରାଜା ନିକଟକୁ ଯାଇ ଏହି କଥା କହିବ, ‘ଏବ୍ରୀୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି; ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ ତିନି ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦେଉନ୍ତୁ।’


ଏଥିଉତ୍ତାରେ ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।’”


ସେମାନେ କହିଲେ, “ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ।”


ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।


ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି।


ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି, ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ।


ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର।


ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।”


Lean sinn:

Sanasan


Sanasan