Biblia Todo Logo
Bìoball air-loidhne

- Sanasan -




ଯାତ୍ରା ପୁସ୍ତକ 10:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ, ତୁମ୍ଭ ଦାସଗଣର ଗୃହ ଓ ସକଳ ମିସରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ; ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ।’” ତହୁଁ ମୋଶା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରିଗଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ସେମାନଙ୍କ ଦ୍ଵାରା ତୁମ୍ଭର ଗୃହ ଓ ତୁମ୍ଭ ଦାସଗଣର ଗୃହ ଓ ସକଳ ମିସ୍ରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବନ୍ତଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ। ତହୁଁ ମୋଶା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରିଗଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

6 ପୁଣି, ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ, ତୁମ୍ଭ ଦାସଗଣର ଗୃହ ଓ ସକଳ ମିସ୍ରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ; ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ।” ତହୁଁ ମୋଶା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରି ଗଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

6 ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଗ୍ଭରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳରେ ପୂର୍ଣ୍ଣ ହୋଇଯିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କେବେ ଦେଖି ନ ଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ଯାଏ ଏତେ ପଙ୍ଗପାଳ ହୋଇ ନ ଥିବ।’” ଏହା ପରେ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଲେ।

Faic an caibideil Dèan lethbhreac




ଯାତ୍ରା ପୁସ୍ତକ 10:6
11 Iomraidhean Croise  

ଏପରି ହେବ ନାହିଁ, ତୁମ୍ଭେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କର ସେବା କର; କାରଣ ଏହା ହିଁ ତୁମ୍ଭେମାନେ ଚାହଁ।” ଏଉତ୍ତାରେ ସେମାନେ ଫାରୋଙ୍କ ସାକ୍ଷାତରୁ ତାଡ଼ିତ ହେଲେ।


ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।


ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋʼ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ‘ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ;’ ତହିଁ ଉତ୍ତାରେ ମୁଁ ବାହାରି ଯିବି।” ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରିଗଲେ।


ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।


ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;


ଦେଖ, ଆମ୍ଭେ ଆସନ୍ତାକାଲି ଏପରି ସମୟରେ ମିସର ଦେଶରେ ଏପରି ଭାରୀ ଶିଳାବୃଷ୍ଟି କରିବା ଯେ, ମିସରର ପତ୍ତନାବଧି ଆଜିଯାଏ ସେପରି କେବେ ହୋଇ ନାହିଁ।


ତହିଁରେ ଶିଳାବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା; ଏପ୍ରକାର ଅତି ଦୁଃସହ ଶିଳାବୃଷ୍ଟି ମିସର ଦେଶରେ ରାଜ୍ୟସ୍ଥାପନାବଧି କେବେ ହୋଇ ନ ଥିଲା।


ତାହା ତିମିର ଓ ଅନ୍ଧକାରମୟ ଦିନ, ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ, ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି; ମହତୀ ଓ ବଳବତୀ ଏକ ଗୋଷ୍ଠୀ, ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ, କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ।


ସେମାନେ ନଗର ଉପରେ କୁଦନ୍ତି; ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି; ସେମାନେ ଗୃହ ଉପରେ ଚଢ଼ନ୍ତି; ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି।


ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।


Lean sinn:

Sanasan


Sanasan