Biblia Todo Logo
Bìoball air-loidhne

- Sanasan -




ଏଷ୍ଟର 7:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଥିଉତ୍ତାରେ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲେ, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍‍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନ୍‍ର ଗୃହରେ ସ୍ଥାପିତ ହୋଇଅଛି,” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶୀ ଦିଅ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ଅନନ୍ତର ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, ଦେଖନ୍ତୁ, ମହାରାଜଙ୍କ ପକ୍ଷରେ ହିତଜନକ ସମ୍ଵାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନର ଗୃହରେ ସ୍ଥାପିତ ହୋଇଅଛି, ରାଜା କହିଲା, ତହିଁ ଉପରେ ଏହାକୁ ଫାଶୀ ଦିଅ।

Faic an caibideil Dèan lethbhreac

ଓଡିଆ ବାଇବେଲ

9 ଏଥିଉତ୍ତାରେ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲେ, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍‍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନ୍‍ର ଗୃହରେ ସ୍ଥାପିତ ହୋଇଅଛି,” ରାଜା କହିଲେ,” ତହିଁ ଉପରେ ଏହାକୁ ଫାଶୀ ଦିଅ।”

Faic an caibideil Dèan lethbhreac

ପବିତ୍ର ବାଇବଲ

9 ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମା‌ନ୍‌ର ଗୃହରେ ସ୍ଥାପିତ ହୋଇଅଛି।” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।”

Faic an caibideil Dèan lethbhreac




ଏଷ୍ଟର 7:9
20 Iomraidhean Croise  

ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।


ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍, ବିସ୍ଥା, ହର୍ବୋଣା, ବିଗ୍‍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ୱେରଶ ରାଜାଙ୍କ ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲେ,


ତେଣୁ ତାହାର ଭାର୍ଯ୍ୟା ସେରଶ୍‍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରେ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍‍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।


ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜନପୁଂସକମାନେ ଆସି ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ହାମନ୍‍କୁ ନେବା ପାଇଁ ଚଞ୍ଚଳ ହେଲେ।


ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କ ନପୁଂସକ ବିଗ୍‍ଥନ୍‍ ଓ ତେରଶ୍‍ ନାମକ ଦୁଇ ଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲେ।


ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ ଓ ଯିହୁଦୀୟ ମର୍ଦ୍ଦଖୟଙ୍କୁ କହିଲେ, “ଦେଖ, ମୁଁ ଏଷ୍ଟରଙ୍କୁ ହାମନ୍‍ର ଗୃହ ଦେଲି, ଲୋକମାନେ ହାମନ୍‍କୁ ଫାଶୀକାଠରେ ଫାଶୀ ଦେଇଅଛନ୍ତି, କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲେ।


ଏଥିରେ “ସେପରି କରାଯିବାକୁ” ରାଜା ଆଜ୍ଞା ଦେଲେ ପୁଣି, ସେହି ଆଜ୍ଞା ଶୂଶନ୍‍ରେ ପ୍ରଚାରିତ ହେଲା; ତହିଁରେ ଲୋକମାନେ ହାମନ୍‍ର ଦଶ ପୁତ୍ରଙ୍କୁ ଫାଶୀକାଠରେ ଟଙ୍ଗାଇଲେ।


ମାତ୍ର ରାଜା ଛାମୁକୁ (ଏ ବିଷୟ) ଆସନ୍ତେ, ସେ ଏହି ଆଜ୍ଞାପତ୍ର ଦେଲା, ହାମନ୍‍ ଯିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ-ସଂକଳ୍ପ କରିଅଛି, ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ, ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀକାଠରେ ଟଙ୍ଗା ଯାଉନ୍ତୁ।


ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି ଅବସରରେ ମୁଁ ରକ୍ଷା ପାଏ।


ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ।


ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି।


ଏଥିଉତ୍ତାରେ ରାଜା ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କର ଅପବାଦକାରୀମାନଙ୍କୁ ଆଣି, ସେମାନଙ୍କୁ, ସେମାନଙ୍କର ବାଳକ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇଲେ; ପୁଣି, ସେମାନେ ଗର୍ତ୍ତର ତଳଭାଗରେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କଲେ।


ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ-ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି ତିରିଶ ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ।


ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ୍ଗ ଧରି ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।


Lean sinn:

Sanasan


Sanasan