Biblia Todo Logo
Bìoball air-loidhne

- Sanasan -




ଏଫିସୀୟ 2:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ବରଙ୍କ ଆତ୍ମାଙ୍କ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

Faic an caibideil Dèan lethbhreac

ଓଡିଆ ବାଇବେଲ

22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

22 ତାହାଙ୍କ ସାହଚର୍ଯ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ୟ ସମସ୍ତଙ୍କ ସହିତ ଆତ୍ମାରୂପୀ ଈଶ୍ୱରଙ୍କ ଅଧିଷ୍ଠାନ ନିମନ୍ତେ ଏକ ଆବାସ ସ୍ୱରୂପ ନିର୍ମିତ ହୋଇଅଛ।

Faic an caibideil Dèan lethbhreac

ପବିତ୍ର ବାଇବଲ

22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।

Faic an caibideil Dèan lethbhreac




ଏଫିସୀୟ 2:22
12 Iomraidhean Croise  

ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ବରଙ୍କ ମନ୍ଦିର, ଆଉ ଈଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି;


କାରଣ ଆମ୍ଭେମାନେ ଈଶ୍ବରଙ୍କ ସହକର୍ମୀ ତୁମ୍ଭେମାନେ ଈଶ୍ବରଙ୍କ କ୍ଷେତ୍ର, ଈଶ୍ବରଙ୍କ ଗୃହ।


ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ;


ପ୍ରତିମା ସହିତ ଈଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ବର କହିଅଛନ୍ତି, “ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।”


ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,


ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।


ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି।


ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ବର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ବରଙ୍କଠାରେ ରହେ ଓ ଈଶ୍ବର ତାହାଠାରେ ରହନ୍ତି।


Lean sinn:

Sanasan


Sanasan