Biblia Todo Logo
Bìoball air-loidhne

- Sanasan -




2 ଶାମୁୟେଲ 19:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇ ଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

9 ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି।

Faic an caibideil Dèan lethbhreac




2 ଶାମୁୟେଲ 19:9
15 Iomraidhean Croise  

ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”


ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ।


ପୁଣି ଆମ୍ଭେମାନେ ଯେଉଁ ଅବଶାଲୋମଙ୍କୁ ଆପଣାମାନଙ୍କ ଉପରେ ଅଭିଷିକ୍ତ କରିଥିଲୁ, ସେ ଯୁଦ୍ଧରେ ମରିଅଛି। ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ?”


ଏହିରୂପେ ରାଜା ପାର ହୋଇ ଗିଲ୍‍ଗଲ୍‍କୁ ଗଲେ ଓ କିମ୍‍ହମ୍‍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।


ତୁମ୍ଭେ ମଧ୍ୟ ମୋʼ ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ; ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ; ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ।


ତହୁଁ ଦାଉଦ ବାଲ୍‍-ପରାସୀମ୍‍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ୍‍ (ଭଗ୍ନ ସ୍ଥାନ) ରଖିଲେ।


ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।


ତେବେ ମୁଁ କହିଲି, ‘ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେକୌଣସି ସୁନା ଅଛି, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା।’”


ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ୱାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ୍ଗ ନ ଥିଲା।


ତହିଁରେ ଶାଉଲ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ‘ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ ଚାହାନ୍ତି।’” ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା।


କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦଙ୍କୁ ବଧ କରି କାହିଁକି ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ?”


Lean sinn:

Sanasan


Sanasan