Biblia Todo Logo
Bìoball air-loidhne

- Sanasan -




2 ଶାମୁୟେଲ 18:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମଙ୍କୁ ସ୍ପର୍ଶ କରିବ ନାହିଁ।’

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ସେହି ମନୁଷ୍ୟ ଯୋୟାବକୁ କହିଲା, ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ତ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଯେକେହି ହୁଅ, ସେହି ଯୁବା ଅବଶାଲୋମ ବିଷୟରେ ଜାଗ୍ରତ ହୁଅ।

Faic an caibideil Dèan lethbhreac

ଓଡିଆ ବାଇବେଲ

12 ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମକୁ ସ୍ପର୍ଶ କରିବ ନାହିଁ।’

Faic an caibideil Dèan lethbhreac

ପବିତ୍ର ବାଇବଲ

12 ସେ ଲୋକଟି ଯୋୟାବକୁ କହିଲା, “ମୁଁ ସେ ରାଜପୁତ୍ରକୁ ମାରି ପାରି ନ ଥା’ନ୍ତି, ମୋତେ ଆପଣ ଯେତେ ଧନ ଦେଲେବି। ବା 1,000 ଖଣ୍ତ ରୂପା ଦେଲେ ମଧ୍ୟ ଏକାର୍ଯ୍ୟ ଅସମ୍ଭବ। କାରଣ ଆମ୍ଭେମାନେ ରାଜାଙ୍କର ଆଦେଶ ତୁମ୍ଭ ପ୍ରତି, ଅବୀଶୟ ପ୍ରତି ଓ ଇତ୍ତୟ ପ୍ରତି ଶୁଣିଥିଲୁ। ରାଜାଙ୍କର ଆଦେଶ ଥିଲା, ‘ସାବଧାନ, ଅବଶାଲୋମକୁ ଆଘାତ କର ନାହିଁ।’

Faic an caibideil Dèan lethbhreac




2 ଶାମୁୟେଲ 18:12
3 Iomraidhean Croise  

ତହୁଁ ଯୋୟାବ ତାହା ଜଣାଇବା ଲୋକଙ୍କୁ କହିଲା, “ଦେଖ! ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ଡ ରୂପା ଓ ଏକ କଟିବନ୍ଧନ ଦେଇଥାʼନ୍ତି।”


ସେତେବେଳେ ରାଜା ଯୋୟାବକୁ ଓ ଅବୀଶୟକୁ ଓ ଇତ୍ତୟକୁ ଆଜ୍ଞା ଦେଇ କହିଲେ, “ମୋʼ ଲାଗି ସେହି ଯୁବା ଅବଶାଲୋମ ପ୍ରତି କୋମଳ ବ୍ୟବହାର କର।” ପୁଣି ରାଜା ଅବଶାଲୋମ ବିଷୟରେ ସମସ୍ତ ସେନାପତିଙ୍କୁ ଏହି ଆଜ୍ଞା ଦେବା ସମୟରେ ସମସ୍ତ ଲୋକ ତାହା ଶୁଣିଲେ।


ଏଥିଉତ୍ତାରେ କେହି ଯୋୟାବକୁ କହିଲା, “ଦେଖ, ରାଜା ଅବଶାଲୋମ ନିମନ୍ତେ ରୋଦନ ଓ ଶୋକ କରୁଅଛନ୍ତି।”


Lean sinn:

Sanasan


Sanasan