Biblia Todo Logo
Bìoball air-loidhne

- Sanasan -




୨ ଯୋହନ 1:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବ; ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ଵୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହିପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଖ୍ରୀଷ୍ଟାରି।

Faic an caibideil Dèan lethbhreac

ଓଡିଆ ବାଇବେଲ

7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି । ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

7 ଅନେକ ପ୍ରତାରକ ଏବେ ଜଗତରେ ବିଚରଣ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଶରୀରରେ ଅବତାର ଗ୍ରହଣ କରିଥିଲେ ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଏପରି ବ୍ୟକ୍ତି ନିଶ୍ଚୟ ପ୍ରତାରକ, ସେ ଖ୍ରୀଷ୍ଟଙ୍କର ଶତ୍ରୁ!

Faic an caibideil Dèan lethbhreac

ପବିତ୍ର ବାଇବଲ

7 ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।

Faic an caibideil Dèan lethbhreac




୨ ଯୋହନ 1:7
8 Iomraidhean Croise  

ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ।


ଈଶ୍ବରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି। ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ସେ ସ୍ୱର୍ଗକୁ ଉତ୍ଥିତ ହେଲେ।


ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।


ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା।


ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ।


Lean sinn:

Sanasan


Sanasan