Biblia Todo Logo
Bìoball air-loidhne

- Sanasan -




୨ ଯୋହନ 1:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଓ ଚିରକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

2 ଆମ ଅନ୍ତରରେ ସେହି ସତ୍ୟ ରହିଛି ଓ ଚିରଦିନ ରହିଥିବ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।

Faic an caibideil Dèan lethbhreac




୨ ଯୋହନ 1:2
11 Iomraidhean Croise  

ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ,


ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ।


ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।


କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ।


ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।


କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।


ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।


ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।


ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।


ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।


Lean sinn:

Sanasan


Sanasan