Biblia Todo Logo
Bìoball air-loidhne

- Sanasan -




୧ ତୀମଥି 4:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ଈଶ୍ବରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଈଶ୍ଵରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରାହ୍ୟ ନୁହେଁ,

Faic an caibideil Dèan lethbhreac

ଓଡିଆ ବାଇବେଲ

4 କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

4 ଈଶ୍ୱର ଯାହା ସୃଷ୍ଟି କରିଛନ୍ତି, ସେ ସମସ୍ତ ଉତ୍ତମ, ସେଥିରୁ କୌଣସିଟିକୁ ବର୍ଜନ କରାଯାଇପାରେ ନାହିଁ। ତାଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କର ସମସ୍ତ ଦାନକୁ କୃତଜ୍ଞତା ସହ ଗ୍ରହଣ କରିବା ଉଚିତ।

Faic an caibideil Dèan lethbhreac

ପବିତ୍ର ବାଇବଲ

4 ପରମେଶ୍ୱର ଯାହାସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲା ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ୍ ନୁହେଁ।

Faic an caibideil Dèan lethbhreac




୧ ତୀମଥି 4:4
15 Iomraidhean Croise  

ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ହେଲା। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।


ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।”


ଏହିସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ। ଆପଣମାନଙ୍କର ମଙ୍ଗଳ ହେଉ।


କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ।


ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।


ଖାଦ୍ୟ ସକାଶେ ଈଶ୍ବରଙ୍କର କର୍ମ ନଷ୍ଟ କର ନାହିଁ। ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ।


ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।


ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ।


ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର,


କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର।


ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି?


ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।


ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।


Lean sinn:

Sanasan


Sanasan