Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 2:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା,

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତା-ମୂଳକ ଅବା ଛଳଯୁକ୍ତ ନୁହେଁ,

Faic an caibideil Dèan lethbhreac

ଓଡିଆ ବାଇବେଲ

3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା,

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

3 କୌଣସି ଭ୍ରମପୂର୍ଣ୍ଣ ବା ଅସାଧୁ ଅଭିପ୍ରାୟ ନେଇ ଆମେ ତୁମ୍ଭମାନଙ୍କ ନିକଟରେ ଆମର ଆବେଦନ ଜଣାଇ ନ ଥିଲୁ, କିଅବା ତୁମ୍ଭମାନଙ୍କୁ ଠକିବା ପାଇଁ କୌଣସି ଛଳନା ପ୍ରୟୋଗ କରି ନ ଥିଲୁ।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ।

Faic an caibideil Dèan lethbhreac




୧ ଥେସଲନୀକୀୟ 2:3
18 Iomraidhean Croise  

ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।”


ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।


ପୁଣି, ଯୋଷେଫ, ସାଇପ୍ରସ୍ ଦ୍ବୀପରୁ ଲେବୀ ବଂଶଜାତ ଜଣେ ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅର୍ଥାତ୍‍ ସାନ୍ତ୍ୱନାର ପୁତ୍ର),


କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି।


ସେହି ଅନେକ ଲୋକ ଯେପରି ଈଶ୍ବରଙ୍କ ବାକ୍ୟ ବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ବରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ।


ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୂର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ବରଙ୍କ ବାକ୍ୟ ଛଳରେ ବ୍ୟବହାର କରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ବରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛ।


କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ।


ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ, ଅଥବା ସତ୍ୟବାଦୀ,


ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କୁ ସ୍ଥାନ ଦିଅ; ଆମ୍ଭେମାନେ କାହାରି ଅନ୍ୟାୟ କରି ନାହୁଁ, କାହାକୁ ନଷ୍ଟ କରି ନାହୁଁ, କାହାରି କ୍ଷତି କରି ନାହୁଁ।


ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ,


କାରଣ ଈଶ୍ବର ଆମ୍ଭମାନଙ୍କୁ ଅଶୁଚିତାରେ ଜୀବନଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି।


ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ବର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି,


କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।


ଦେଖ, ମୁଁ ଏଠାରେ ଅଛି; ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ, ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ; ମୁଁ କାହାର ଗୋରୁ ନେଇଅଛି? ଅବା ମୁଁ କାହାର ଗଧ ନେଇଅଛି? ଅବା ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି? କିଅବା ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି? ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି।”


Lean sinn:

Sanasan


Sanasan