Biblia Todo Logo
Bìoball air-loidhne

- Sanasan -




1 ଶାମୁୟେଲ 5:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହୁଁ ଅସ୍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ତହୁଁ ଅସ୍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, ଇସ୍ରାଏଲର ପରମେଶ୍ଵରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ତହୁଁ ଅସ୍‍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।

Faic an caibideil Dèan lethbhreac

ପବିତ୍ର ବାଇବଲ

7 ଏହିପରି ଅ‌ସ୍‌ଦୋଦୀୟ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦେବତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”

Faic an caibideil Dèan lethbhreac




1 ଶାମୁୟେଲ 5:7
15 Iomraidhean Croise  

ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କିପ୍ରକାରେ ମୋʼ ନିକଟକୁ ଆସିବ?”


କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବୋହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ।


ଏଥିଉତ୍ତାରେ ଫାରୋଙ୍କର ଦାସଗଣ ତାଙ୍କୁ କହିଲେ, “ଏ ମନୁଷ୍ୟ କେତେ କାଳ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ? ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଯିବାକୁ ଦେଉନ୍ତୁ; ମିସର ଦେଶ ଯେ ନଷ୍ଟ ହେଲାଣି, ଏହା କି ଆପଣ ଏବେ ହେଁ ବୁଝନ୍ତି ନାହିଁ?”


ସେତେବେଳେ ମିସରୀୟମାନେ ଲୋକମାନଙ୍କୁ ଶୀଘ୍ର ଦେଶରୁ ପଠାଇଦେବା ନିମନ୍ତେ ବ୍ୟଗ୍ର ହେଲେ; କାରଣ ସେମାନେ କହିଲେ, “ଆମ୍ଭେ ସମସ୍ତେ ମୃତକଳ୍ପ।”


ତହୁଁ ଫାରୋ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି, ଆମ୍ଭ ନିମନ୍ତେ ପ୍ରାର୍ଥନା କର।”


ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଯିବାକୁ ଦେବା।”


ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; କାରଣ ପରମେଶ୍ୱରକୃତ ଗର୍ଜ୍ଜନ ଓ ଶିଳାବୃଷ୍ଟି ଯଥେଷ୍ଟ ହୋଇଅଛି; ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭମାନଙ୍କର ଆଉ ବିଳମ୍ବ ହେବ ନାହିଁ।”


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;


କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ନାମକ ଦେବତା ଆପଣାର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।


ହାୟ ହାୟ! ଏହି ବଳବାନ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ସର୍ବପ୍ରକାର ଆଘାତ ଦ୍ୱାରା ମିସରୀୟମାନଙ୍କୁ ଆଘାତ କରିଥିଲେ।


ମାତ୍ର ଅସ୍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।


ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ର କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା?” ତହିଁରେ ସେମାନେ ଉତ୍ତର କଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଗାଥ୍‍କୁ ନିଆଯାଉ।” ତହୁଁ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ।


ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?”


Lean sinn:

Sanasan


Sanasan