Biblia Todo Logo
Bìoball air-loidhne

- Sanasan -




1 ଶାମୁୟେଲ 5:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମାତ୍ର ଅସ୍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ମାତ୍ର ଅସ୍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

6 ମାତ୍ର ଅସ୍‍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍‍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

6 ଅ‌ସ୍‌ଦୋଦୀୟ ଲୋକମାନଙ୍କର ଓ ସେମାନଙ୍କର ପଡ଼ୋଶୀମାନଙ୍କର ଜୀବନକୁ ସଦାପ୍ରଭୁ କଠିନ କରି ସେମାନଙ୍କୁ ନାନା କଷ୍ଟ ଦେଲେ। ସେ ସେମାନଙ୍କୁ ଅର୍ଶରୋଗରେ ଆଘାତ କଲେ। ସେ ମଧ୍ୟ ସେମାନଙ୍କ ପାଇଁ ମୂଷାଗୁଡ଼ିକ ପଠେଇଲେ, ଯାହାକି ସେମାନଙ୍କର ଜାହାଜଗୁଡ଼ିକରେ ଓ ଦେଶରେ ଭର୍ତ୍ତି ହୋଇଗଲେ। ଫଳରେ ଲୋକମାନେ ଡରିଗଲେ।

Faic an caibideil Dèan lethbhreac




1 ଶାମୁୟେଲ 5:6
13 Iomraidhean Croise  

ପୁଣି, ପଶ୍ଚାଦ୍‍ବର୍ତ୍ତୀ ଦୁର୍ଭିକ୍ଷ ସକାଶୁ ଦେଶରେ ସୁଭିକ୍ଷ ଜଣା ପଡ଼ିବ ନାହିଁ; କାରଣ ତାହା ଅତି ଭାରୀ ହେବ।


ତାହା କି ଅଧାର୍ମିକମାନଙ୍କ ପ୍ରତି ବିପଦ ଓ ଅଧର୍ମାଚାରୀମାନଙ୍କ ପ୍ରତି ଦୁର୍ଗତି ନୁହେଁ?


ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।


ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।


କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋʼ ଉପରେ ଭାରୀ ଥିଲା; ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା। [ସେଲା]


ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ; ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ।


ତେବେ ଦେଖ, ତୁମ୍ଭ କ୍ଷେତ୍ରସ୍ଥିତ ଘୋଡା, ଗର୍ଦ୍ଦଭ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି; ଏଣୁ ଅତିଶୟ ମହାମାରୀ ହେବ।


ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା।


ସଦାପ୍ରଭୁ ତୁମ୍ଭକୁ ମିସରୀୟ ବଥ ଓ ଅର୍ଶ ଓ ଜାଦୁ ଓ କୁଣ୍ଡିଆ ଦ୍ୱାରା ଆଘାତ କରିବେ, ଏହିସବୁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।


ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦିଅ, ତାହା ସ୍ୱ ସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ;” କାରଣ ନଗରର ସର୍ବତ୍ର ମୃତ୍ୟୁୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା।


ତହୁଁ ଅସ୍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”


ପୁଣି, ସେମାନେ ତାହା ନେଇଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି, ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା।


Lean sinn:

Sanasan


Sanasan