Biblia Todo Logo
Bìoball air-loidhne

- Sanasan -




1 ଶାମୁୟେଲ 13:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିପାଇଁ ମୁଁ କହିଲି, ‘ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍‍ଗଲ୍‍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ।’ ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ଏଥିପାଇଁ ମୁଁ କହିଲି, ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍ଗଲ୍‍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।

Faic an caibideil Dèan lethbhreac

ଓଡିଆ ବାଇବେଲ

12 ଏଥିପାଇଁ ମୁଁ କହିଲି, ପଲେଷ୍ଟୀୟମାନେ ଏହିକ୍ଷଣି ମୋ’ ବିରୁଦ୍ଧରେ ଗିଲ୍‍ଗଲ୍‍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।

Faic an caibideil Dèan lethbhreac

ପବିତ୍ର ବାଇବଲ

12 ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗି‌ଲ୍‌ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”

Faic an caibideil Dèan lethbhreac




1 ଶାମୁୟେଲ 13:12
9 Iomraidhean Croise  

ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।


“ତୁମ୍ଭେମାନେ ଐଫା ସାନ କରି ଓ ଶେକଲ ବଡ଼ କରି, ଆଉ ଛଳନାରୂପ ତରାଜୁରେ ଅଯଥାର୍ଥ କାରବାର କରି କହୁଅଛ, ଅମାବାସ୍ୟା କେତେବେଳେ ଗତ ହେବ, ଆମ୍ଭେମାନେ ଯେପରି ଶସ୍ୟ ବିକ୍ରୟ କରିବୁ? ବିଶ୍ରାମ ଦିନ କେବେ ଗତ ହେବ, ଆମ୍ଭେମାନେ ଯେପରି ଗହମ ବାହାର କରିବୁ?


ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି।


ଏଥିରେ ଶାମୁୟେଲ କହିଲେ, “ତୁମ୍ଭେ କଅଣ କଲ?” ଶାଉଲ ଉତ୍ତର କଲେ, “ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍‍ମସ୍‍ରେ ଏକତ୍ର ହୋଇଅଛନ୍ତି;


ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳସ୍ଥାୟୀ କରିଥାʼନ୍ତେ।


ପୁଣି, ଶାମୁୟେଲ ଶାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ, ତହୁଁ ଶାମୁୟେଲଙ୍କୁ ଏହି ସମ୍ବାଦ ଦିଆଗଲା ଯେ, “ଶାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ, ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି, ପ୍ରସ୍ଥାନ କରି ଗିଲ୍‍ଗଲ୍‍କୁ ବାହାରି ଯାଇଅଛନ୍ତି।”


ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।


ସେହି ଦିନ ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା; ତାହାର ନାମ ଇଦୋମୀୟ ଦୋୟେଗ୍‍, ସେ ଶାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।


Lean sinn:

Sanasan


Sanasan