1 ଶାମୁୟେଲ 12:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ତହିଁରେ ସେମାନେ କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରି ନାହଁ, କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରି ନାହଁ, କିଅବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇ ନାହଁ।” Faic an caibideilପବିତ୍ର ବାଇବଲ (Re-edited) - (BSI)4 ତହିଁରେ ସେମାନେ କହିଲେ, ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରି ନାହଁ, କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରି ନାହଁ, କିଅବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇ ନାହଁ। Faic an caibideilଓଡିଆ ବାଇବେଲ4 ତହିଁରେ ସେମାନେ କହିଲେ, ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରି ନାହଁ, କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରି ନାହଁ, କିଅବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇ ନାହଁ। Faic an caibideilପବିତ୍ର ବାଇବଲ4 ଇସ୍ରାଏଲୀୟମାନେ ଉତ୍ତର ଦେଲେ, “ନା! ତୁମ୍ଭେ ଏପରି ଖରାପ କାମ କେବେ ବି କରି ନାହଁ। ତୁମ୍ଭେ ଆମକୁ ଠକି ନାହଁ କିମ୍ବା ଆମ୍ଭଠାରୁ କିଛି ନେଇ ନାହଁ।” Faic an caibideil |
ଦେଖ, ମୁଁ ଏଠାରେ ଅଛି; ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ, ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ; ମୁଁ କାହାର ଗୋରୁ ନେଇଅଛି? ଅବା ମୁଁ କାହାର ଗଧ ନେଇଅଛି? ଅବା ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି? କିଅବା ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି? ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି।”