Biblia Todo Logo
Bìoball air-loidhne

- Sanasan -




1 ବଂଶାବଳୀ 10:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଏଥି ମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଏଥି ମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ପଲେଷ୍ଟୀୟ ଲୋକମାନେ ଇସ୍ରାଏଲ ଲୋକମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାୟନ କଲେ। ଅନେକ ଇସ୍ରାଏଲୀୟ ଲୋକ ଗି‌ଲ୍‌ବୋୟ ପର୍ବତ ଉପରେ ନିହତ ହେଲେ।

Faic an caibideil Dèan lethbhreac




1 ବଂଶାବଳୀ 10:1
9 Iomraidhean Croise  

ହେ ଗିଲ୍‍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା।


ତହିଁରେ ସେହି ଯୁବା ତାଙ୍କୁ କହିଲା, “ମୁଁ ଅଚାନକ ଗିଲ୍‍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ରଥ ଓ ଅଶ୍ୱାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି।


ସେତେବେଳେ ଦାଉଦ ଯାଇ ଯାବେଶ-ଗିଲୀୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ, କାରଣ ଗିଲ୍‍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାର ବେଥ୍-ଶାନ୍‍ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ-ଗିଲୀୟଦୀୟମାନେ ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ।


ଏଥିଉତ୍ତାରେ ପରଦିନ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ।


ଆଉ ଆତ୍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍; ଏସମସ୍ତେ ଆତ୍ସେଲର ସନ୍ତାନ।


ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମନ୍ତ ସଂଗ୍ରହ କଲେ। ଏଣୁ ଆଖୀଶ୍‍ ଦାଉଦଙ୍କୁ କହିଲା, “ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋʼ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ।”


ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି, ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲ୍‍ବୋୟରେ ଛାଉଣି ସ୍ଥାପନ କଲେ।


Lean sinn:

Sanasan


Sanasan