ଗୀତସଂହିତା 134 - ଓଡିଆ ବାଇବେଲସଦାପ୍ରଭୁଙ୍କ ସ୍ତୁତି ଗାନ ଆରୋହଣ ଗୀତ। 1 ଦେଖ, ହେ ସଦାପ୍ରଭୁଙ୍କ ଦାସସକଳ, ରାତ୍ରିକାଳରେ ସଦାପ୍ରଭୁଙ୍କ ଗୃହରେ ସେବା କରୁଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। 2 ତୁମ୍ଭେମାନେ ଧର୍ମଧାମ ଆଡ଼େ ଆପଣା ଆପଣା ହସ୍ତ ଉଠାଅ ଓ ସଦାପ୍ରଭୁଙ୍କର ଧନ୍ୟବାଦ କର। 3 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.