Biblia Todo Logo
Bìoball air-loidhne

- Sanasan -

୨ କରିନ୍ଥୀୟ 3 - ଓଡିଆ ବାଇବେଲ


ନୂତନ ନିୟମର ସେବକ

1 ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ ? କିମ୍ବା କାହାରି କାହାରି ପରି କ'ଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ ?

2 ତୁମ୍ଭେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ରସ୍ୱରୂପ;

3 ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ରସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ,ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ ।

4 ଆଉ, ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି ।

5 ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କଠାରୁ;

6 ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାଁନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍‍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ,ମାତ୍ର ଆତ୍ମା ଜୀବନଦାୟକ;

7 ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,

8 ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ ?

9 କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ,ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ ।

10 ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି ।

11 କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା,ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ ।

12 ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ,

13 ଆଉ, ଇସ୍ରାଏଲ ସନ୍ତାନମାନେ ଯେପରି ସେହିକ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିରଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେପ୍ରକାରେ ଆପଣାମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେପ୍ରକାର କରୁନାହୁଁ ।

14 କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ ।

15 ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ,

16 କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ ।

17 ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କଆତ୍ମା ସେଠାରେ ସ୍ୱାଧୀନତା ।

18 କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯେ କି ଆତ୍ମା, ତାହାଙ୍କଠାରୁ ଏହି ସବୁ ହେଉଅଛି ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan