Biblia Todo Logo
Bìoball air-loidhne

- Sanasan -

1 ବଂଶାବଳୀ 8 - ଓଡିଆ ବାଇବେଲ


ବିନ୍ୟାମୀନ୍‍ଙ୍କ ବଂଶଧର

1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ;

2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।

3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,

4 ଅବୀଶୂୟ, ନାମାନ୍‍, ଆହୋହ,

5 ଗେରା, ଶଫୂଫନ୍‍ ଓ ହୂରମ୍‍।

6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍‍କୁ ନିଆ ଯାଇଥିଲେ।

7 ଆଉ ସେ ନାମାନ୍‍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍‍କୁ ଜାତ କଲା।

8 ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍‍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍‍ ଓ ବାରା ତାହାର ଭାର୍ଯ୍ୟା ଥିଲେ।

9 ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍‍ର ଗର୍ଭରେ ଯୋବବ୍‍, ସିବୀୟ, ମେଶା ଓ ମଲକମ୍‍,

10 ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।

11 ଆଉ ସେ ହୂଶୀମ୍‍ ଗର୍ଭରେ ଆବୀଟୂବ ଓ ଇଲ୍‍ପାଲକୁ ଜାତ କଲା।

12 ଆଉ ଇଲ୍‍ପାଲର ପୁତ୍ର ଏବର ଓ ମିଶୀୟମ୍‍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍‍ର ପତ୍ତନକାରୀ ଶେମଦ୍‍,

13 ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍‍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।

14 ପୁଣି, ଅହୀୟୋ, ଶାଶକ୍‍, ଯେରେମୋତ୍‍,

15 ସବଦୀୟ, ଅରାଦ୍‍, ଏଦର,

16 ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;

17 ଆଉ ସବଦୀୟ, ମଶୁଲ୍ଲମ୍‍, ହିଷ୍‍କି, ହେବର,

18 ଯିଷ୍ମରୟ, ଯିଷ୍‍ଲୀୟ ଓ ଯୋବବ୍‍ ଇଲ୍‍ପାଲର ପୁତ୍ର ଥିଲେ।

19 ଆଉ ଶିମୀୟିର ପୁତ୍ର ଯାକୀମ୍‍, ସିଖ୍ରି, ସବ୍‍ଦି,

20 ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍‍,

21 ଅଦାୟା, ବରାୟା ଓ ଶିମ୍ରତ୍‍;

22 ଆଉ ଶାଶକ୍‍ର ପୁତ୍ର ଯିଶ୍ପନ୍‍, ଏବର, ଇଲୀୟେଲ୍‍,

23 ଅବଦୋନ୍‍, ସିଖ୍ରି, ହାନନ୍‍,

24 ହନାନୀୟ, ଏଲମ୍‍, ଅନ୍ତୋଥୀୟ,

25 ଯିଫଦୀୟ ଓ ପନୂୟେଲ;

26 ଆଉ, ଯିରୋହମର ସନ୍ତାନ ଶମ୍‍ଶରୟ, ଶହରୀୟ, ଅଥଲୀୟ,

27 ଯାରିଶୀୟ, ଏଲୀୟ ଓ ସିଖ୍ରି;

28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।

29 ଆଉ ଗିବୀୟୋନ୍‍ର ପିତା ଯିୟେଲ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।

30 ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନାଦବ୍‍,

31 ଗଦୋର୍‍, ଅହୀୟୋ ଓ ସଖର;

32 ପୁଣି, ମିକ୍ଲୋତ୍‍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।

33 ନେର୍‍ କୀଶ୍‍କୁ ଜାତ କଲା, କୀଶ୍‍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।

34 ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା।

35 ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତରେୟ ଓ ଆହସ୍‌।

36 ଆଉ, ଆହସ୍‌ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍‍, ଅସ୍ମାବତ୍‍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍‍ସାକୁ ଜାତ କଲା।

37 ମୋତ୍‍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍‍ସେଲ;

38 ପୁଣି, ଆତ୍‍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍। ଏସମସ୍ତେ ଆତ୍‍ସେଲର ପୁତ୍ର।

39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍।

40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍‍ର ସନ୍ତାନ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Lean sinn:



Sanasan