1 ବଂଶାବଳୀ 3 - ଓଡିଆ ବାଇବେଲଦାଉଦଙ୍କ ବଂଶଧର 1 ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ; ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ; ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ; 2 ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; 3 ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ। 4 ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି, ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ। 5 ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ, ଶୋବବ୍, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍ଶୂୟାଠାରୁ ଜାତ; 6 ଆହୁରି ୟିଭର ଓ ଇଲୀଶାମା ଓ ଇଲୀଫେଲଟ୍; 7 ନୋଗହ ଓ ନେଫଗ୍ ଓ ଯାଫୀୟ; 8 ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍, ଏହି ନଅ ଜଣ। 9 ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା। 10 ପୁଣି, ଶଲୋମନଙ୍କର ପୁତ୍ର ରିହବୀୟାମ, ତାଙ୍କର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ୍; 11 ତାହାର ପୁତ୍ର ଯୋରାମ୍, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ୍; 12 ତାହାର ପୁତ୍ର ଅମତ୍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍; 13 ତାହାର ପୁତ୍ର ଆହସ୍, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି; 14 ତାହାର ପୁତ୍ର ଆମୋନ୍, ତାହାର ପୁତ୍ର ଯୋଶୀୟ। 15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍, ଦ୍ୱିତୀୟ ଯିହୋୟାକୀମ୍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍। 16 ପୁଣି, ଯିହୋୟାକୀମ୍ର ସନ୍ତାନଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ। 17 ବନ୍ଦୀ ଯିକନୀୟର ସନ୍ତାନଗଣ; 18 ତାହାର ପୁତ୍ର ଶଲ୍ଟୀୟେଲ, ମଲ୍କୀରାମ୍, ପଦାୟ, ଶିନତ୍ସର, ଯିକମୀୟ, ହୋଶାମା ଓ ନଦବିୟ। 19 ପଦାୟର ପୁତ୍ର ଯିରୁବ୍ବାବିଲ୍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍ର ସନ୍ତାନ ମଶୁଲ୍ଲମ୍ ଓ ହନାନୀୟ ଓ ଶଲୋମୀତ୍ ସେମାନଙ୍କର ଭଗିନୀ ଥିଲା। 20 ଆଉ ହଶୂବା, ଓହେଲ୍, ବେରିଖୀୟ, ହସଦୀୟ ଓ ଯୁଶବ-ହେଷଦ୍, ଏହି ପାଞ୍ଚ ଜଣ। 21 ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ। 22 ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍, ଛଅ ଜଣ। 23 ନିୟରୀୟର ସନ୍ତାନ ଇଲୀୟୋଐନୟ, ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ। 24 ପୁଣି, ଇଲୀୟୋଐନୟର ପୁତ୍ର ହୋଦବୀୟ, ଇଲୀୟାଶୀବ, ପ୍ଲାୟ, ଅକ୍କୂବ, ଯୋହାନନ୍, ଦଲୟିୟ ଓ ଅନାନି, ଏହି ସାତ ଜଣ। |
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0
Bridge Connectivity Solutions Pvt. Ltd.