Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 5 - ପବିତ୍ର ବାଇବଲ

1 ତା'ପରେ ମୁଁ ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରେ ଗୋଟିଏ ଚର୍ମପତ୍ର ଥିବାର ଦେଖିଲି। ସେହି ଚର୍ମପତ୍ରଟିର ଉଭୟ ପଟେ ଲେଖା ହୋଇଥିଲା। ସେହି ଚର୍ମପତ୍ରଟି ସାତୋଟି ମୁଦ୍ରାରେ ବନ୍ଦ କରାଯାଇଥିଲା।

2 ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ କହିଲେ, “ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ୟ ଅଟନ୍ତି?”

3 କିନ୍ତୁ ସେହି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ୱର୍ଗ, ମର୍ତ୍ତ୍ୟ ବା ପାତାଳରେ କାହାରି ସାଧ୍ୟ ନ ଥିଲା।

4 ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସେହି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସେଠାରେ କେହି ସକ୍ଷମ ନ ଥିଲେ।

5 କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।”

6 ସେତେବେଳେ ମୁଁ ସିଂହାସନର ମଝିରେ ଜଣେ ମେଷଶାବକଙ୍କୁ ଦେଖିଲି। ତାହାଙ୍କ ଗ୍ଭରିପାଖେ ଗ୍ଭରୋଟି ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ ଘେରି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦେଖା ଯାଉଥିଲେ। ତାହାଙ୍କର ସାତୋଟି ଶିଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ସାତୋଟି ଚକ୍ଷୁ ପରମେଶ୍ୱରଙ୍କର ସାତୋଟି ଆତ୍ମା, ଯାହାଙ୍କୁ ପୃଥିବୀର ଗ୍ଭରିଆଡ଼େ ପ୍ରେରିତ କରାଯାଇଥିଲା।

7 ସେହି ମେଷଶାବକ ସିଂହାସନରେ ବସିଥିବା ବ୍ୟକ୍ତିଙ୍କ ପାଖକୁ ଯାଇ ତାହାଙ୍କ ଦକ୍ଷିଣହସ୍ତରୁ ଚର୍ମପତ୍ର ନେଲେ।

8 ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଗ୍ଭରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖରେ ନଇଁପଡ଼ି ପ୍ରଣାମ କଲେ। ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସେମାନେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ୟ ଧରିଥିଲେ। ସେହି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

9 ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ

10 ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ୟ ସ୍ୱରୂପ, ଓ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯାଜକଗଣ କରିଅଛ। ସେମାନେ ଏ ପୃଥିବୀ ଉପରେ ରାଜତ୍ୱ କରିବେ।”

11 ତା'ପରେ ମୁଁ ଦେଖିଲି ଓ ଅନେକ ସ୍ୱର୍ଗଦୂତଙ୍କର ସ୍ୱର ଶୁଣିଲି। ସ୍ୱର୍ଗଦୂତମାନେ ସିଂହାସନ, ଜୀବିତ ପ୍ରାଣୀ ଓ ପ୍ରାଚୀନମାନଙ୍କ ଗ୍ଭରିପାଖରେ ଥିଲେ। ମୁଁ ହଜାର ହଜାର ସ୍ୱର୍ଗଦୂତଙ୍କୁ ଦେଖିଲି। ସେଠାରେ 10,000ର 10,000 ଗୁଣ ସ୍ୱର୍ଗଦୂତ ଥିଲେ।

12 ସେମାନେ ଉଚ୍ଚ ସ୍ୱରରେ ଏହା କହୁଥିଲେ: “ମେଷଶାବକ ଯେ ବଳିକୃତ ଥିଲେ, ସେ କ୍ଷମତା, ଧନ, ପ୍ରଜ୍ଞା, ଶକ୍ତି, ସମ୍ମାନ, ମହିମା ଓ ପ୍ରଶଂସା ପାଇବାକୁ ଯୋଗ୍ୟ।”

13 ତା'ପରେ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି: “ଯେ ସିଂହାସନରେ ବସିଛନ୍ତି, ତାହାଙ୍କର ଓ ମେଷଶାବକଙ୍କର ପ୍ରଶଂସା, ଗୌରବ, ସମ୍ମାନ ଓ କ୍ଷମତା ଯୁଗେ ଯୁଗେ ହେଉ।”

14 ଗ୍ଭରି ଜଣ ଜୀବିତ ପ୍ରାଣୀ କହିଲେ, “ଆମେନ୍!” ଏବଂ ଚବିଶ ଜଣ ପ୍ରାଚୀନ ବ୍ୟକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan