ଗୀତସଂହିତା 98 - ପବିତ୍ର ବାଇବଲଏକ ପ୍ରଶଂସାର ଗୀତ। 1 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି! ତାଙ୍କର ପବିତ୍ର ଦକ୍ଷିଣ ହସ୍ତ ତାଙ୍କୁ ଆଉଥରେ ଗୌରବ ଆଣିଛି। 2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି। 3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି। ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି। 4 ହେ ପୃଥିବୀର ପ୍ରତ୍ୟେକ ଲୋକ, ସଦାପ୍ରଭୁଙ୍କର ଜୟଧ୍ୱନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ କର। 5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର, ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର। 6 ବଂଶୀ ବଜାଅ ଓ ତୂରୀ ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର। 7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ ସମସ୍ତେ ଗାନ କର। 8 ନଦନଦୀଗଣ କରତାଳି ଦିଅ! ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର। 9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଗ୍ଭର ଓ ନ୍ୟାୟ କରିବେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International