ଗୀତସଂହିତା 80 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ। 1 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ। 2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ; ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର। 3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର। 4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ? କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ? 5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ। 6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ। 7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର। 8 ତୁମ୍ଭେ ମିଶରରୁ ଗୋଟିଏ “ଦ୍ରାକ୍ଷାଲତା” ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର। 9 ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା। “ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା। 10 ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା। 11 ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। 12 ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ? ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି। 13 ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇଯା’ନ୍ତି। 14 ହେ ସର୍ବଶକ୍ତିମାନ ପରମେଶ୍ୱର, ଫେରି ଆସ। ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ। 15 ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ। 16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର। 17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା ମନୁଷ୍ୟ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ। 18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା। 19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International