Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 76 - ପବିତ୍ର ବାଇବଲ


ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

1 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।

2 ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ। ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।

3 ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ। ସେଲା

4 ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।

5 ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି। ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।

6 ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ, ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।

7 ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର। ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।

8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ, ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ, ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି। ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି। ସେଲା

10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି, ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।

12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan