Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 74 - ପବିତ୍ର ବାଇବଲ


ଆସଫର ମସ୍କୀଲ୍।

1 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?

2 ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।

3 ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ। ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।

4 ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ। ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।

5 ଜଙ୍ଗଲରେ କୁହ୍ରାଡ଼ି ବ୍ୟବହାର କରୁଥିବା ଲୋକମାନଙ୍କ ପରି ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।

6 ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।

7 ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ। ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା, କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।

8 ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ, ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦ‌‌ଗ୍‌‌ଧ କରି ଦେଲେ।

9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଉ ନାହାନ୍ତି। କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।

10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ? ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?

11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।

12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ। ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।

13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି ଲୋହିତ ସମୁଦ୍ରକୁ ଦୁଇଭାଗ କଲ।

14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ। ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ। ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।

15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।

16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ, ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।

17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ। ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।

18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ, କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।

19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ। ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।

20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର। ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।

21 କଷ୍ଟ ପାଉଥିବା ଲୋକମାନଙ୍କୁ ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ। ଗରିବ ଏବଂ ଅଭାବବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।

22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!

23 ତୁମ୍ଭର ଶତ୍ରୁମାନଙ୍କର ଉ‌ଦ୍‌ଘୋଷ କେବେ ଭୁଲିଯାଅ ନାହିଁ। ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan