ଗୀତସଂହିତା 70 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ। 1 ହେ ପରମେଶ୍ୱର, ମୋତେ ରକ୍ଷା କର! ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର! 2 ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ନିରାଶ ଓ ଅପମାନିତ କର! ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି। ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର। 3 ଲୋକମାନେ ମୋତେ ପରିହାସ କରନ୍ତି। ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି। 4 ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି, ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।” 5 ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର! ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ। ସଦାପ୍ରଭୁ ବିଳମ୍ବ କର ନାହିଁ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International