Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 7 - ପବିତ୍ର ବାଇବଲ


ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଏହି ଗୀତ, ଏହି ଗୀତଟି ଶିଗାୟୋନ ଯିଏକି କୂଶଙ୍କର ପୁତ୍ର ଏବଂ ବିନ୍ୟାମୀନୀୟ ପରିବାରର ଅନ୍ତର୍ଭୁକ୍ତ।

1 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମୋ’ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର।

2 ତୁମ୍ଭେ ଯଦି ମୋତେ ସାହାଯ୍ୟ ନ କର ଶେଷରେ ସିଂହ ଦ୍ୱାରା ଧରା ପଡ଼ିଥିବା ପଶୁଟି ପରି ମୋର ଅବସ୍ଥା ହେବ। ମୋତେ ସେମାନେ ବୋହି ନେଇଯିବେ। ସେତେବେଳେ କେହି ମୋତେ ରକ୍ଷା କରିବାକୁ ନ ଥିବେ।

3 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ କିଛି ଭୁଲ୍ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

4 ଯେବେ ମୋର ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ, ମାତ୍ର ବିନା କାରଣରେ ଯେ ମୋର ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।

5 ଏହା ଯଦି ସତ୍ୟ ନୁହେଁ ତାହାହେଲେ ମୋତେ ଶାସ୍ତି ଦିଅ। ମୋର ଶତ୍ରୁ ମୋ’ ପଛରେ ଗୋଡ଼ାଇ ମୋତେ ଧରି ମାରି ଦେଉ। ମୋର ଜୀବନକୁ ଭୂମିରେ ଦଳି ପକାଉ। ମୋର ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ। ସେଲା

6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର। ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର।

7 ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର। ଯେଉଁମାନେ କି ତୁମ୍ଭ ରାଜ୍ୟର ଚତୁର୍ଦ୍ଦିଗରେ ଏକତ୍ରିତ ହୋଇଛନ୍ତି।

8 ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର। ମୋର ମଧ୍ୟ ବିଗ୍ଭର କର। ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍। ପ୍ରମାଣ କର ଯେ ମୁଁ ନିରପରାଧ।

9 ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାଯ୍ୟ କର। ହେ ପରମେଶ୍ୱର, ତୁମ୍ଭେ ଅତ୍ୟନ୍ତ ମହାନ ଏବଂ ଲୋକଙ୍କ ହୃଦୟକୁ ସହଜରେ ଚିହ୍ନିପାର।

10 ପରମେଶ୍ୱର ସବୁବେଳେ ଯଥାର୍ଥ ହୃଦୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତି, ତେଣୁ ପରମେଶ୍ୱର ମୋତେ ନିଶ୍ଚୟ ରକ୍ଷା କରିବେ।

11 ପରମେଶ୍ୱର ହେଉଛନ୍ତି ଧର୍ମମୟ ବିଗ୍ଭରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ଯ୍ୟ ପାଇଁ କ୍ରୋଧ କରନ୍ତି।

12 ଯଦି ପରମେଶ୍ୱର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।

13 ପରମେଶ୍ୱର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଥା’ନ୍ତି।

14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ୟସ୍ତ ଥା’ନ୍ତି। ସେମାନେ ଗୋପନ ଯୋଜନା କରନ୍ତି ଓ ମିଥ୍ୟା ମଧ୍ୟ କହନ୍ତି।

15 ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।

16 ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।

17 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ। ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan