ଗୀତସଂହିତା 31 - ପବିତ୍ର ବାଇବଲପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ। 1 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମୋତେ ତୁମ୍ଭେ ନିରାଶ କର ନାହିଁ। ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର। 2 ହେ ପରମେଶ୍ୱର, ମୋ’ ନିବେଦନ ଶୁଣ। ଶୀଘ୍ର ଆସି ମୋତେ ଉଦ୍ଧାର କର। ମୋତେ ଚଟାଣ ସଦୃଶ ରକ୍ଷା କର। ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର। ମୋର ନିରାପତ୍ତା ବଳୟ ହୁଅ। ମୋତେ ରକ୍ଷା କର। 3 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ। ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ। 4 ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି। ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର। ତୁମ୍ଭେ ମୋର ନିରାପଦ ସ୍ଥଳ। 5 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ। ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମୋତେ ରକ୍ଷା କର। 6 ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ। ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ। 7 ପରମେଶ୍ୱର ଦୟାର ସାଗର। ତେଣୁ ମୋତେ ସୁଖରେ ରଖନ୍ତି। ତୁମ୍ଭେ ମୋର ଦୂରାବସ୍ଥା ଦେଖିଛ। ତୁମ୍ଭେ ଜାଣ ମୋ’ ଉପରେ ଯେଉଁ ବିପଦ ପଡ଼ିଥିଲା। 8 ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ। ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ। 9 ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି। ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି। 10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି। ମୋର ଜୀବନ ଦୁଃଖରେ ସରିଯିବ। ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି। 11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି, ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି। ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ ଭୟ କରି ମୋ'ଠାରୁ ଦୂରେଇ ଯାଆନ୍ତି। 12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି। 13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ, ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି। ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି। 14 ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଶ୍ରିତ ଅଟେ। ତୁମ୍ଭେ ହିଁ ମୋର ପରମେଶ୍ୱର। 15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର। କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି। ସେମାନଙ୍କଠାରୁ ମୋତେ ରକ୍ଷା କର। 16 ଆପଣା ସେବକକୁ ଦୟାକର ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର। 17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ତୁମ୍ଭେ ମୋତେ ନିରାଶ କରିବ ନାହିଁ। ଦୁଷ୍ଟ ଲୋକମାନେ ନିରାଶ ହେବେ। ସେମାନେ ନୀରବରେ କବରକୁ ଯିବେ। 18 ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ। ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି। ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ। ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ। 19 ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ। 20 ଦୁଷ୍ଟ ଲୋକମାନେ ଏକତ୍ରିତ ହୋଇ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଗ୍ଭହାନ୍ତି। ସେହି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସେହି ଉତ୍ତମ ଲୋକଙ୍କୁ ଲୁଗ୍ଭଇ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସେମାନଙ୍କୁ ଆପଣା ଆଶ୍ରୟ ସ୍ଥଳରେ ରକ୍ଷାକର। 21 ସଦାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ। ମୁଁ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ନଗରରେ କବଳିତ ହେଲି, ସେତେବେଳେ ସେ ମୋତେ ଅନୁଗ୍ରହ ପ୍ରଦର୍ଶନ କଲେ। 22 ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।” କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ। 23 ହେ ପରମେଶ୍ୱରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ। ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି, କିନ୍ତୁ ସଦାପ୍ରଭୁ ସେହି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରନ୍ତି। ସେ ସେହିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ଦଣ୍ଡର ଅଧିକାରୀ। 24 ହେ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛ। ସାହସୀ ହୁଅ, ତାହାହେଲେ ପରମେଶ୍ୱର ତୁମ୍ଭକୁ ଶକ୍ତିଶାଳୀ କରିବେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International