Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 28 - ପବିତ୍ର ବାଇବଲ


ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ। ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।

2 ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି। ମୋ’ ନିବେଦନ ଟିକେ ଶୁଣ। ମୋ’ ପ୍ରତି କୃପା ପ୍ରଦର୍ଶନ କର।

3 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ ଜଣେ ବୋଲି ଗଣ ନାହିଁ। ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।

4 ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ। ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।

5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ। ନା, ସେମାନେ କିଛି ବୁଝନ୍ତି ନାହିଁ। ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।

6 ସଦାପ୍ରଭୁଙ୍କର ପ୍ରଶଂସା ହେଉ, କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।

7 ସଦାପ୍ରଭୁ ହିଁ ମୋର ବଳ। ସେ ମୋର ଢାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ। ମୁଁ ଅତି ଖୁସୀ। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।

8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି। ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।

9 ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର। ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର। ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan