Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 14 - ପବିତ୍ର ବାଇବଲ


ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।

1 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।” ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।

2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ, ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ। ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।

3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି। ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି। ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।

4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।

5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି? କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି। ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।

7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା। ସେତେବେଳେ ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତାହାହେଲେ ଯାକୁବ ଆହ୍ଲାଦିତ ହେବ। ଇସ୍ରାଏଲ ବହୁତ ଖୁସୀ ହେବ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan