ଗୀତସଂହିତା 129 - ପବିତ୍ର ବାଇବଲଏକ ଆରୋହଣ ସଙ୍ଗୀତ। 1 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ। ଇସ୍ରାଏଲ, ଏହାକୁ ଆଉଥରେ କୁହ। 2 ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ। 3 ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି। ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା। 4 କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ। 5 ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ। ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ। 6 ସେମାନେ ଗୃହର ଛାତ ଉପରିସ୍ଥ ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ। 7 ଯେପରି କଟାଳୀ ତା'ର ହେଳାପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ। 8 ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ! କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International