Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 128 - ପବିତ୍ର ବାଇବଲ


ଆରୋହଣ ଗୀତ।

1 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

2 ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।

3 ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ। ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।

4 ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।

5 ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।

6 ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan