Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 109 - ପବିତ୍ର ବାଇବଲ


ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1 ପରମେଶ୍ୱର, ଯାହାଙ୍କୁ ମୁଁ ପ୍ରଶଂସା କରେ, ନୀରବ ରୁହ ନାହିଁ।

2 ଦୁଷ୍ଟ ଲୋକମାନେ ମୋ’ ବିରୁଦ୍ଧରେ ମିଛ କହନ୍ତି। ସେମାନେ ଯେଉଁ କଥା କୁହନ୍ତି ତାହା ସତ୍ୟ ନୁହେଁ।

3 ଲୋକମାନେ ମୋ’ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମୋ’ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।

4 ମୁଁ ସେମାନଙ୍କୁ ପ୍ରେମ କଲି। କିନ୍ତୁ ସେମାନେ ମୋତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି।

5 ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି। ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ। ମୁଁ ସେମାନଙ୍କୁ ପ୍ରେମ କଲି କିନ୍ତୁ ସେମାନେ ମୋତେ ଘୃଣା କଲେ।

6 ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର। କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ।

7 ଯେତେବେଳେ ସେ ନ୍ୟାୟ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାଯିବ।

8 ତାଙ୍କର ଜୀବନ କାଳ ଛୋଟ ହେଉ। ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ।

9 ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।

10 ତାଙ୍କର ଘର ଉଜୁଡ଼ି ଯାଉ। ସେମାନେ ସବୁ ଭିକାରୀ ହୁଅନ୍ତୁ।

11 ସେ ଋଣ ଦେଇଥିବା ଲୋକ ତାଙ୍କର ସର୍ବଶ୍ୱ ନେଇଯାଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।

12 ମୁଁ ଆଶା କରେ ସେମାନଙ୍କୁ କେହି ଦୟା ନ କରନ୍ତୁ। ତାଙ୍କର ପିଲାମାନଙ୍କୁ କେହି ଦୟା ନ ଦେଖାନ୍ତୁ।

13 ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

14 ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ।

15 ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ।

16 କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ, ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।

17 ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ।

18 ଅଭିଶାପ ତା'ର ବସ୍ତ୍ର ହେଉ। ଅଭିଶାପ ସେ ପିଉଥିବା ପାଣି ହେଉ। ଅଭିଶାପ ତା'ର ଶରୀରର ତୈଳ ହେଉ।

19 ଅଭିଶାପ ଦୁଷ୍ଟବ୍ୟକ୍ତିର ବସ୍ତ୍ର ପରି ହେଉ ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।‌”

20 ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି, ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।

21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ। ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ। କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।

22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।

23 ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି। ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି। ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି।

24 ମୋର ଆଣ୍ଠୁ ଦୁର୍ବଳ ହୋଇଛି। କାରଣ ମୁଁ ଭୋକିଲା ଅଟେ। ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି।

25 ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି। ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି।

26 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର। ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର।

27 ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ। ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା।

28 ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ। ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ। ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।

29 ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।

30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି, ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।

31 କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି, ଏବଂ ପରମେଶ୍ୱର ସେମାନଙ୍କୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan