ଗୀତସଂହିତା 100 - ପବିତ୍ର ବାଇବଲଧନ୍ୟବାଦାର୍ଥକ ଗୀତ। 1 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର। 2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର। ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ! 3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ। 4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ। ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର। 5 ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରେମ ଚିରକାଳସ୍ଥାୟୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International