Biblia Todo Logo
Bìoball air-loidhne

- Sanasan -

ହିତୋପଦେଶ 7 - ପବିତ୍ର ବାଇବଲ


ଜ୍ଞାନ ତୁମ୍ଭକୁ ଯୌନବିକାରରୁ ରକ୍ଷା କରିବ

1 ହେ ମୋର ପୁତ୍ର, ମୋର ବାକ୍ୟକୁ ମନେରଖ, ମୋର ଆଦେଶକୁ ଭୁଲ ନାହିଁ।

2 ମୋର ଆଜ୍ଞାସବୁ ପାଳନ କରି ବଞ୍ଚ। ମୋର ଶିକ୍ଷାକୁ ଜୀବନର ଶ୍ରେଷ୍ଠ ଜିନିଷ ଭାବେ ଗ୍ରହଣ କର।

3 ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ।

4 ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବେଚନାକୁ ତୁମ୍ଭର ପରିବାରର ସଦସ୍ୟରୂପେ ଗ୍ରହଣ କର।

5 ତେବେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ୟଭିଗ୍ଭରିଣୀ ସ୍ତ୍ରୀଙ୍କଠାରୁ ମଧ୍ୟ ରକ୍ଷା କରିବ।

6 ଦିନେ ମୁଁ ମୋର ଝରକା ଜାଲିପରଦା ଦେଇ ଗ୍ଭହୁଁଥିଲି।

7 ମୁଁ ଅଜ୍ଞାନ ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବକ ଦେଖିଲି।

8 ସେ ବ୍ୟଭିଗ୍ଭରିଣୀ ଗୃହ ନିକଟସ୍ଥ ଗଳି ଦେଇ, ଯିବା ବେଳେ ତା'ର ଗୃହକୁ ଥିବା ପଥରେ ଗ୍ଭଲିଲା।

9 ଏହା ଥିଲା ସୂର୍ଯ୍ୟାସ୍ତ ହେବା ସମୟର। ସନ୍ଧ୍ୟା ଆରମ୍ଭ ହେଉଥିଲା।

10 ସେହି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ୟାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦୟରେ ଚତୁରୀ ଥିଲା।

11 ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା ଥିଲା। ତା'ର ପାଦ ଆଦୌ ଗୃହରେ ରହୁ ନ ଥିଲା।

12 ସେ କେତେବେଳେ ରାସ୍ତାର ଉପରେ ଥାଏ, କେତେବେଳେ ଛକରେ ଥାଏ। ସେ ପ୍ରତ୍ୟେକ କୋଣରେ ଛଳନାର ସହିତ ଅପେକ୍ଷା କରେ।

13 ସେହି ସ୍ତ୍ରୀ ଜଣକ ସେହି ଯୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖରେ କହିଲା,

14 ମଙ୍ଗଳାର୍ଥକ ବଳି ଅଛି। “ଆଜି ମୁଁ ମୋର ପ୍ରତିଜ୍ଞା ପୂର୍ଣ୍ଣ କରିଅଛି।

15 ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି।

16 ମୁଁ ସୃଜନୀ ଓ ମିସ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି।

17 ଗନ୍ଧରସ ଓ ଅଗୁରୁ ଚିନିରେ, ମୋହର ଶଯ୍ୟା ସୁବାସିତ କରିଅଛି।

18 ଆସ ଆମ୍ଭେମାନେ ପ୍ରଭାତଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେବା।

19 ମୋର ସ୍ୱାମୀ ଘରେ ନାହାନ୍ତି, ସେ ଦୂର ଯାତ୍ରା କରିଛନ୍ତି।

20 ସେ ତୋଡ଼ାଏ ଟଙ୍କା ସାଙ୍ଗରେ ନେଇ ଯାଇଛନ୍ତି। ସେ ପୂର୍ଣ୍ଣିମା ଦିନରେ ଫେରିବେ।”

21 ସେହି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଗ୍ଭଟୁ ବାକ୍ୟରେ ତାକୁ ଟାଣି ନେଲା।

22 ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂସେଇଖାନାକୁ ଯାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଗ୍ଭଲି ଯାଉଥିଲା।

23 ଯେମିତି ପକ୍ଷୀଟିଏ ଶିକାରୀ ତୀର ଦ୍ୱାରା, ତା'ର ଛାତିକୁ ଲକ୍ଷ୍ୟଭେଦ କରୁଛି, ତାହା ଜାଣିପାରି ନ ଥାଏ। ଠିକ୍ ସେହିପରି ସେ ଯୁବପୁରୁଷ ବିପଦରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।

24 ଏଣୁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ। ମୋ’ କଥାରେ ମନୋନିବେଶ କର।

25 ତୁମ୍ଭର ହୃଦୟ ସେହି ବେଶ୍ୟାମାନଙ୍କର ପଛରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ।

26 ସେ ଅନେକଙ୍କୁ କ୍ଷତବିକ୍ଷତ କରିଅଛି। ସେ ମଧ୍ୟ ଅନେକଙ୍କୁ ହତ୍ୟା କରିଅଛି।

27 ତା'ର ଗୃହ ସିଧାସଳଖ କବରକୁ ଯିବା ପାଇଁ ବାଟ। ଯାହା ମୃତ୍ୟୁର ଆଳୟକୁ ଯାଏ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan