Biblia Todo Logo
Bìoball air-loidhne

- Sanasan -

ମଲାଖୀ 2 - ପବିତ୍ର ବାଇବଲ


ଯାଜକମାନଙ୍କ ପାଇଁ ବିଧିମାନ

1 “ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ।

2 ଯଦି ତୁମ୍ଭେମାନେ ଧ୍ୟାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦେବା ପାଇଁ, ଗୁରୁତ୍ୱ ନ ଦିଅ ତେବେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡ଼ିକ ଅଭିଶାପରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭେମାନେ ଆମ୍ଭର ନାମକୁ ଗୌରବ ଦେବା ବିଷୟରେ ଗମ୍ଭୀର ନୁହଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।

3 “ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦେବା। ଛୁଟିଦିନମାନଙ୍କରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭେମାନେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗିଦିଅ, ଆମ୍ଭେ ସେହି ଗୋବରକୁ ନେଇ ତୁମ୍ଭମାନଙ୍କ ମୁହଁରେ ପକାଇବା ଓ ତୁମ୍ଭମାନଙ୍କୁ ସେହି ଗୋବର ସହିତ ଫିଙ୍ଗି ଦେବା।

4 ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ୱାରା ଲେବୀମାନଙ୍କ ସହିତ ଆମ୍ଭର ନିୟମ ଗ୍ଭଲୁ ରହିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

5 “ଆମ୍ଭେ ଲେବୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦେବା ପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା।

6 ଲେବୀ ସତ୍ୟବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ୟା ଶିକ୍ଷା ଦେଉନ ଥିଲା। ସେ ଧାର୍ମିକ ଏବଂ ବିଶ୍ୱସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସେମାନଙ୍କ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା।

7 ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।

8 “ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହୋଇଛ ଏବଂ ତୁମ୍ଭେମାନେ ବହୁତ ଲୋକମାନଙ୍କୁ ଭୁଲ୍ ପଥରେ ଯିବା ପାଇଁ ଶିଖାଇଲ। ତୁମ୍ଭେମାନେ ଲେବୀଙ୍କ ସହିତ ହୋଇଥିବା ଚୁକ୍ତିକୁ ଲଙ୍ଘନ କଲ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ।

9 “ତୁମ୍ଭେମାନେ ଆମ୍ଭର ପଥ ଅନୁସରଣ କରି ନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ୱାରା ପକ୍ଷପାତିତା ଦେଖାଇଛ। ତେଣୁ ସମସ୍ତ ଲୋକମାନଙ୍କ ଆଗରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।”


ଯିହୁଦା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା

10 ପରମେଶ୍ୱର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ୍ଭ ମଧ୍ୟରୁ କେହି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭେମାନେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ୱସ୍ତ? କାହିଁକି ପରମେଶ୍ୱର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭେମାନେ ତାହା ଭାଙ୍ଗୁଛୁ?

11 ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ।

12 ସଦାପ୍ରଭୁ ଯାକୁବ ପରିବାରରୁ ସେହି ଲୋକମାନଙ୍କୁ ବିତାଡ଼ିତ କରିବେ। ସେହି ଲୋକମାନେ ଯଦିଓ ସଦାପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି, ତାହା କିଛି ଫଳ ହେବ ନାହିଁ ଏବଂ ସଦାପ୍ରଭୁ କେବେହେଲେ ସନ୍ତୁଷ୍ଟ ହେବେ ନାହିଁ।

13 ଏପରିକି ଯଦି ତୁମ୍ଭେମାନେ ପୁଣି ଯଜ୍ଞବେଦି ତୁମ୍ଭ ଲୁହରେ ବୁଡ଼ାଇ ଦେବାକୁ ଚେଷ୍ଟା କର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷରେ ସେ ଖୁସୀ ହେବେ ନାହିଁ।

14 ତୁମ୍ଭେମାନେ ପଗ୍ଭରିବ, “କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ ହେବ ନାହିଁ?” କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ଯୁବକ ଅବସ୍ଥାରେ ବିବାହ କରିଛ। ସେ ତୁମ୍ଭର ସାଥୀ ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।

15 ପରମେଶ୍ୱର ଉଭୟ ସ୍ୱାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଶରୀର ଓ ଆତ୍ମାରେ ଏକ ହେବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ୱର ଧର୍ମପରାୟଣ ସନ୍ତାନସନ୍ତତି ଗ୍ଭହାନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ଯୁବାବସ୍ଥାରେ ବିବାହ କରିଛ।

16 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କୁହନ୍ତି! “ଆମ୍ଭେ ଛାଡ଼ପତ୍ରକୁ ଘୃଣା କରୁ। ଏବଂ ଆମ୍ଭେ ମଧ୍ୟ ଲୋକମାନେ କରୁଥିବା ନିଷ୍ଠୁର କାର୍ଯ୍ୟକୁ ଘୃଣା କରୁ। ତେଣୁ ତୁମ୍ଭେ ଜାଗ୍ରତ ହୁଅ ଓ ଅବିଶ୍ୱସ୍ତ ହୁଅ ନାହିଁ।”


ବିଗ୍ଭରର ସ୍ୱତନ୍ତ୍ର ଦିନ

17 ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan