ଲେବୀୟ ପୁସ୍ତକ 9 - ପବିତ୍ର ବାଇବଲପରମେଶ୍ୱର ଯାଜକମାନଙ୍କୁ ଗ୍ରହଣ କରନ୍ତି 1 ଅନନ୍ତର ଅଷ୍ଟମ ଦିନରେ ମୋଶା ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡକାଇଲେ। 2 ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମେଷଛୁଆ ଓ ହୋମବଳି ନିମନ୍ତେ ଏକ ନିଖୁଣ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର। 3 ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ମେଷ ଶାବକ ନେବେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରି ଏବଂ ମେଷଛୁଆ ନିଶ୍ଚୟ ଏକ ବର୍ଷୀୟ ଓ ନିଖୁଣ ହୋଇଥିବେ। 4 ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’” 5 ତେଣୁ ସମସ୍ତ ଲୋକ ସମାଗମ-ତମ୍ବୁ ନିକଟକୁ ଆସିଲେ ଓ ମୋଶାଙ୍କ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। 6 ତା'ପରେ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।” 7 ତା'ପରେ ମୋଶା ହାରୋଣଙ୍କୁ କହିଲେ, “ଯଜ୍ଞବେଦି ନିକଟକୁ ଆସ ଓ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳି ଓ ହୋମବଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦେଇଛନ୍ତି।” 8 ତହୁଁ ହାରୋଣ ଯଜ୍ଞବେଦି ନିକଟକୁ ଯାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ। 9 ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ। 10 ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ମେଦ, ଗୁରୁଦା ଓ ଯକୃତର ଆଚ୍ଛାଦିତ ହୋଇଥିବା ପାପାର୍ଥକ ବଳିସବୁକୁ ଯଜ୍ଞବେଦି ଉପରେ ଦଗ୍ଧ କଲେ। 11 ତା'ପରେ ସେ ମାଂସ ଓ ଚର୍ମ ନେଇ ଛାଉଣିର ବାହାରେ ସେଗୁଡ଼ିକୁ ଦଗ୍ଧ କଲେ। 12 ତାହାପରେ ହାରୋଣ ହୋମବଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କଲେ। 13 ତା'ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହୋମବଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ଯଜ୍ଞବେଦି ଉପରେ ଦଗ୍ଧ କଲେ। 14 ହାରୋଣ ମଧ୍ୟ ହୋମବଳିର ଅନ୍ତ ଓ ଗୋଡ଼ ଧୌତ କଲେ ଓ ସେ ସମସ୍ତ ଯଜ୍ଞବେଦି ଉପରେ ଦଗ୍ଧ କଲେ। 15 ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନେଇ ପ୍ରଥମଟି ପରି ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ। 16 ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହୋମବଳି ବିଧି ଅନୁସାରେ ଉତ୍ସର୍ଗ କଲେ। 17 ପୁଣି ହାରୋଣ ଭକ୍ଷ୍ୟ ନୈବେଦ୍ୟ ବେଦି ନିକଟକୁ ଆଣି ତହିଁରୁ ମୁଠିଏ ନେଇ ପ୍ରଭାତର ହୋମବଳି ସହିତ ଯଜ୍ଞବେଦି ଉପରେ ତାହା ଦଗ୍ଧ କଲେ। 18 ଆଉ ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚିନ କଲେ। 19 ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମେଦ ଓ ମେଷଛୁଆର ମେଦ ମେଦମୟ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ତାଙ୍କ ନିକଟକୁ ଆଣିଲେ। 20 ଏହିସବୁ ମେଦ ସେମାନେ ଗୋରୁ ଓ ମେଷର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବେଦି ଉପରେ ଦଗ୍ଧ କଲେ। 21 ମୋଶାଙ୍କ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳନ କଲେ। 22 ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ। 23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେତେବେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିମା ପ୍ରକଟିତ ହେଲା। 24 ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ଯଜ୍ଞବେଦି ଉପରିସ୍ଥ ହୋମବଳି ଓ ମେଦକୁ ଭସ୍ମ କଲା। ସେତେବେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ୱନି କରି ଭୂମିରେ ମଥାନତ କରି ପଡ଼ିଲେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International