Biblia Todo Logo
Bìoball air-loidhne

- Sanasan -

ଲେବୀୟ ପୁସ୍ତକ 3 - ପବିତ୍ର ବାଇବଲ


ମଙ୍ଗଳାର୍ଥକ ନୈବେଦ୍ୟ

1 “ଯେବେ କୌଣସି ବ୍ୟକ୍ତି ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରୁଥାଏ, ତେବେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।

2 ପୁଣି ସେ ସମାଗମ-ତମ୍ବୁର ଦ୍ୱାର ଦେଶରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କରିବେ।

3 ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ।

4 ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଳାବକ ନେବ।

5 ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦ‌‌‌‌ଗ୍‌‌‌‌ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ।

6 “ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷ କିମ୍ବା ଛେଳି ମଧ୍ୟରୁ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ ତେବେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମେଷ ବା ଛେଳି ଉତ୍ସର୍ଗ କରିବ।

7 ଯଦି ସେ ନୈବେଦ୍ୟ ରୂପେ ମେଷ ଉତ୍ସର୍ଗ କରେ ତେବେ ସେ ନିଶ୍ଚିତ ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖକୁ ତାକୁ ଆଣିବ।

8 ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରମାନେ ତା'ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।

9 ଏହା ପରେ ସେହି ମଙ୍ଗଳାର୍ଥକ ନୈବେଦ୍ୟରୁ ଏକ ଅଂଶ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହେବ। ସେ ତା'ର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ, ମେରୁଦଣ୍ଡ ନିକଟରୁ କାଟି ନେବ। ସମସ୍ତ ମେଦ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡ଼ିକ ନୈବେଦ୍ୟ ହେବ।

10 ସେ ଦୁଇଟି ଗୁରୁଦା ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ, ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍।

11 ତତ୍ପରେ ଯାଜକ ସେସମସ୍ତ ନେଇ ବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଏକ ଉପହାର ହେବ।

12 “ଆଉ ଯଦି କେହି ଛାଗ ନୈବେଦ୍ୟ କରେ, ତେବେ ସେ ତାକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।

13 ସେ ସେହି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ତା'ର ରକ୍ତ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।

14 ତା'ପରେ ସେ ସହଭାଗିତାର ନୈବେଦ୍ୟରୁ ଏକ ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଦେବ। ସେ ଅନ୍ତ ଆଚ୍ଛାଦକ ମେଦ ଓ ଅନ୍ତ ଉପରିସ୍ଥ ମେଦ ସବୁ ଉତ୍ସର୍ଗ କରିବ।

15 ସେ ଦୁଇଟି ଗୁରୁଦା, ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ ଏବଂ ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍।

16 ତା'ପରେ ଯାଜକ ଯଜ୍ଞବେଦି ଉପରେ ଏହିସବୁ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମେଦ ସଦାପ୍ରଭୁଙ୍କର।

17 ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan