Biblia Todo Logo
Bìoball air-loidhne

- Sanasan -

ଆୟୁବ 42 - ପବିତ୍ର ବାଇବଲ


ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଲା

1 ତା'ପରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,

2 “ହେ ସଦାପ୍ରଭୁ, ମୁଁ ଜାଣେ ଆପଣ ସବୁକିଛି କରି ପାରନ୍ତି। ତୁମ୍ଭେ ଯାହା କର ବା କରିବାକୁ ଗ୍ଭହଁ, କେହି ତୁମ୍ଭକୁ ସେ କାମରୁ ନିବୃତ୍ତ କରାଇ ପାରିବେ ନାହିଁ।

3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପଗ୍ଭରିଲ, ‘କିଏ ଏହି ଜ୍ଞାନହୀନ ମଣିଷ, ଯିଏ ନିର୍ବୋଧ ଭଳି କଥା କହୁଛି?’ ହେ ସଦାପ୍ରଭୁ, ମୁଁ ସେହି ବିଷୟରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସେହିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ଯ୍ୟଜନକ ଯେ ତାହା ମୋ’ ବୁଝିବା ଶକ୍ତିର ବାହାରେ।

4 “ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା। ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଗ୍ଭରିବା ଓ ତୁମ୍ଭେ ତା'ର ଉତ୍ତର ଦେବ।’

5 ହେ ସଦାପ୍ରଭୁ, ଅତୀତରେ ମୁଁ ତୁମ୍ଭ ବିଷୟରେ ଶୁଣିଥିଲି। କିନ୍ତୁ ଆଜି ମୁଁ ସ୍ୱଚକ୍ଷୁରେ ତୁମ୍ଭକୁ ଦେଖିଲି।

6 ହେ ସଦାପ୍ରଭୁ, ମୁଁ ଫେରେଇ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖେଦିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମୋର ମନ ପରିବର୍ତ୍ତନ କରିଛି।”


ସଦାପ୍ରଭୁ ଆୟୁବକୁ ତା'ର ସମ୍ପତ୍ତି ଫେରାଇ ଦେଲେ

7 ସଦାପ୍ରଭୁ ଆୟୁବ ସହିତ କଥା ଶେଷ କଲା ପରେ ସେ ତୈମନୀୟ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲିଫ‌‌‌ସ୍‌‌‌କୁ କହିଲେ, “ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କ୍ରୋଧିତ। କାରଣ ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।

8 ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।”

9 ତେଣୁ ତୈମନୀୟ ଇଲୀଫସ୍, ଶୂହୀୟ ବିଲଦଦ୍ ଓ ନାମାଥୀୟ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।

10 ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।

11 ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।

12 ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ୟ ଅଧିକ ଯାହା ତା'ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6,000 ଓଟ, 1,000 ହଳ ବଳଦ, 1,000 ମାଈ ଗଧ ପାଇଲେ।

13 ଆୟୁବ ସାତୋଟି ପୁତ୍ର ଓ ତିନୋଟି ଝିଅ ଲାଭ କଲା।

14 ଆୟୁବ ତା'ର ପ୍ରଥମ ଝିଅର ନାମ ଯିନୀମା, ଦ୍ୱିତୀୟ ଝିଅର ନାମ କ‌‌‌ତ୍‌‌‌ସୀୟା ଓ ତୃତୀୟ ଝିଅର ନାମ କେରଣହା‌ପ୍‌ପୁକ୍ ରଖିଲା।

15 ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସେମାନଙ୍କୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ।

16 ଏହା ପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଗ୍ଭରିପୁରୁଷ ପର୍ଯ୍ୟନ୍ତ ଦେଖିଲା।

17 ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan