Biblia Todo Logo
Bìoball air-loidhne

- Sanasan -

ଆୟୁବ 40 - ପବିତ୍ର ବାଇବଲ

1 ସଦାପ୍ରଭୁ ଆୟୁବକୁ ଉତ୍ତର ଦେଇ କହିଲେ,

2 “ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସହିତ ଯୁକ୍ତି କରୁଛ। ଆମ୍ଭେ ଭୁଲ୍ କରିଛୁ ବୋଲି ତୁମ୍ଭେ ବିଗ୍ଭର କରିଛ, କ’ଣ ସ୍ୱୀକାର କରିବ ଯେ ତୁମ୍ଭେ ଭୁଲ୍ କରିଛ ବୋଲି, ତୁମ୍ଭେ ମୋତେ ଉତ୍ତର ଦିଅ।”

3 ତା'ପରେ ଆୟୁବ ପରମେଶ୍ୱରଙ୍କୁ ଉତ୍ତର ଦେଇ କହିଲା,

4 “ମୁଁ ଅତି ନିକୃଷ୍ଟ କଥା କହିବାକୁ! ମୁଁ ବା ତୁମ୍ଭକୁ କି ଉତ୍ତର ଦେବି? ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ। ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି।

5 ମୁଁ କହିଛି କିନ୍ତୁ ଆଉ ଥରେ କହେ ନାହିଁ। ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହି ପାରିବି ନାହିଁ।”

6 ତା'ପରେ ସଦାପ୍ରଭୁ ଆୟୁବକୁ ସେହି ଝଡ଼ ଭିତରୁ ଉତ୍ତର ଦେଲେ। ସଦାପ୍ରଭୁ କହିଲେ,

7 “ଆୟୁବ, କଟିବନ୍ଧନ କରି ଜଣେ ମନୁଷ୍ୟ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦେବାକୁ ପ୍ରସ୍ତୁତ ହୁଅ।

8 “ଆୟୁବ, ତୁମ୍ଭେ କ’ଣ ଭାବୁଛ ମୁଁ ନ୍ୟାୟୀ ନୁହେଁ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ୍ କାମ କରିଛି, ଯଦ୍ଦ୍ୱାରା ତୁମ୍ଭେ ନିରୀହ ପ୍ରମାଣିତ ହେବ।

9 ତୁମ୍ଭର ବାହୁ କ’ଣ ପରମେଶ୍ୱରଙ୍କ ବାହୁ ତୁଲ୍ୟ? ତୁମ୍ଭର କ’ଣ ପରମେଶ୍ୱରଙ୍କ ଭଳି କଣ୍ଠସ୍ୱର ରହିଛି, ଯାହାକି ଘଡ଼ଘଡ଼ି ପରି ଗର୍ଜନ କରିପାରେ?

10 ଯଦି ତୁମ୍ଭେ ପରମେଶ୍ୱରଙ୍କ ପରି, ତା'ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ୱରଙ୍କ ସହ ସମକକ୍ଷ, ତା'ହେଲେ ତୁମ୍ଭେ ପରମେଶ୍ୱରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।

11 ଯଦି ତୁମ୍ଭେ ପରମେଶ୍ୱରଙ୍କ ତୁଲ୍ୟ, ତା'ହେଲେ ତୁମ୍ଭେ ତୁମ୍ଭର କ୍ରୋଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦେଇପାର। ସେହି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।

12 ହଁ ଆୟୁବ, ସେହି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସେମାନଙ୍କୁ ନମ୍ର କର। ଦୁଷ୍ଟମାନଙ୍କୁ ସେମାନେ ଛିଡ଼ା ହୋଇଥିବା ସ୍ଥାନରେ ହିଁ ଦଳି ଦିଅ।

13 ସବୁ ଗର୍ବୀ ଲୋକମାନଙ୍କୁ ମାଟିରେ ପୋତିଦିଅ। ସେମାନଙ୍କର ଶରୀର ଗୁଡ଼ାଇ ଦିଅ ଏବଂ ସମୟ ଭିତରେ ରଖିଦିଅ।

14 ଆୟୁବ, ଯଦି ତୁମ୍ଭେ ଏସବୁ କରି ପାରିବ ତା'ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି ଏବଂ ମୁଁ ସ୍ୱୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ।

15 “ଆୟୁବ, ତୁମ୍ଭେ ବହେମୋତକୁ ଦେଖ। ମୁଁ ପରମେଶ୍ୱର, ସେହି ବହେମୋତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ୟ ମୁଁ ସୃଷ୍ଟି କରିଛି। ବହେମୋତ ଗାଈପରି ଘାସ ଖାଏ।

16 ବହେମୋତର ଶରୀରରେ ଅତ୍ୟଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।

17 ବହେମୋତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ। ତା'ର ଗୋଡ଼ର ମାଂସପେଶୀ ଅତି ଶକ୍ତ।

18 ବହେମୋତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ। ତା'ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।

19 ବହେମୋତ ପରମେଶ୍ୱରଙ୍କ ସୃଷ୍ଟିରେ ସର୍ବୋତ୍ତମ। ଅନ୍ୟ କେହି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା'ର ‌‌ଖ‌ଡ଼୍‌ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ।

20 ବହେମୋତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ। ଯେଉଁଠାରେ ଜଙ୍ଗଲୀ ପ୍ରାଣୀମାନେ ଖେଳାବୁଲା କରନ୍ତି।

21 ବହେମୋତ ପଦ୍ମବନ ତଳେ ଶୟନ କରେ। ବହେମୋତ ନଳବଣରେ ନିଜକୁ ଲୁଗ୍ଭଇ ରଖିପାରେ।

22 ପଦ୍ମପତ୍ର ସବୁ ତା'ର ଛାୟାରେ ବହେମୋତକୁ ଲୁଗ୍ଭଇ ରଖିପାରେ। ସେ ନଦୀ କୂଳରେ ଜନ୍ମିଥିବା ବାଇଶ ବୃକ୍ଷ ତଳେ ବାସ କରେ।

23 ଯଦି ନଦୀରେ ବନ୍ୟା ଆସେ ବହେମୋତ ସେଠାରୁ ପଳାଇଯିବ ନାହିଁ। ସେ ଭୟଭୀତ ହୁଏ ନାହିଁ। ଯଦିଓ ଯର୍ଦ୍ଦନ ନଦୀର ପାଣି ତା’ ନାକ ପର୍ଯ୍ୟନ୍ତ ପହଞ୍ଚେ।

24 କେହି ବହେମୋତର ଆଖିକୁ ଅନ୍ଧ କରିପାରେ ନାହିଁ ଏବଂ ଯନ୍ତାରେ ଧରିପାରେ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan