ଆୟୁବ 4 - ପବିତ୍ର ବାଇବଲଇଲୀଫସ୍ କହିଲା 1 ତୈମନୀୟ ଇଲୀଫସ୍ ଉତ୍ତର ଦେଲେ, 2 ‘ମୁଁ ନିଶ୍ଚୟ କିଛି କହିବି, ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି? 3 ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ। 4 ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି। ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ। 5 କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି ଓ ତୁମ୍ଭେ ହତାଶ ହୋଇଛ, ବିପଦ ତୁମ୍ଭକୁ ଆଘାତ କରିଛି ଓ ତୁମ୍ଭେ ବିବ୍ରତ ହେଉଛ। 6 ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ୱାସ କର। ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି। ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ। 7 ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି! ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ। 8 ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି। 9 ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି। ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି। 10 ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି। 11 ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ। ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି। 12 ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା। ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା। 13 ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା। 14 ମୁଁ ଭୟଭୀତ ହେଲି ଓ ମୋର ହାତସବୁ ଥରିଲା। 15 ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା ଏବଂ ମୋର ରୋମ ଟାଙ୍କୁରି ଉଠିଲା। 16 ସେହି ଆତ୍ମା ମୋର ସମ୍ମୁଖରେ ଥିଲା କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି। ତା'ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା। ତା'ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି। 17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ? ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ? 18 ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ। ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି। 19 ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ। ସେମାନେ ମାଟି ଘରେ ବାସ କରନ୍ତି। ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି। 20 ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ। ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି। 21 ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ, ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’ |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International