ଆୟୁବ 25 - ପବିତ୍ର ବାଇବଲବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା 1 ଏହା ପରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା, 2 “ପରମେଶ୍ୱର ରାଜ୍ୟ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି। 3 କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି। 4 ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ? କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ। 5 ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି। 6 ଲୋକମାନେ ବହୁତ କମ୍ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ୟହୀନ ଜୀବାଣୁ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International