Biblia Todo Logo
Bìoball air-loidhne

- Sanasan -

ଆୟୁବ 23 - ପବିତ୍ର ବାଇବଲ


ଆୟୁବର ଉତ୍ତର

1 ତା'ପରେ ଆୟୁବ ଉତ୍ତର ଦେଲା,

2 “ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।

3 ମୁଁ ଇଚ୍ଛା କରେ ମୁଁ ଜାଣିଥା’ନ୍ତି ପରମେଶ୍ୱର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ଯାଇ ହେବ।

4 ମୁଁ ମୋର କଥା ତାଙ୍କ ଆଗରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ଦୋଷ ଏ କଥା ତାଙ୍କ ଆଗରେ ଯୁକ୍ତି ବଳରେ ଉପସ୍ଥାପନା କରିବି।

5 ମୁଁ ଜାଣିବାକୁ ଗ୍ଭହେଁ ପରମେଶ୍ୱର ମୋ’ ଯୁକ୍ତିର କିପରି ଉତ୍ତର ଦେବେ। ପରମେଶ୍ୱରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଗ୍ଭହେଁ।

6 ପରମେଶ୍ୱର କ’ଣ ତାଙ୍କର ଶକ୍ତି ମୋ’ ବିରୁଦ୍ଧରେ ପ୍ରୟୋଗ କରିବେ? ନା, ସେ ମୋ’ କଥା ଶୁଣିବେ।

7 ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ୱର ନିଶ୍ଚିତ ମୋ’ କାହାଣୀ କହିବାକୁ ମୋତେ ଦେବେ। ତା'ପରେ ମୋର ବିଗ୍ଭରକର୍ତ୍ତା ମୋତେ ମୁକ୍ତି କରିଦେବ।

8 “କିନ୍ତୁ ମୁଁ ଯଦି ପୂର୍ବକୁ ଯାଏ ପରମେଶ୍ୱର ସେଠାରେ ନାହାନ୍ତି। ମୁଁ ପଶ୍ଚିମକୁ ଯାଏ ସେଠାରେ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।

9 ଯେତେବେଳେ ପରମେଶ୍ୱର ଉତ୍ତରରେ କାମ କରୁଛନ୍ତି, ମୁଁ ଯଦି ସେଠାରେ ତାଙ୍କୁ ଦେଖି ପାରୁ ନାହିଁ। ପରମେଶ୍ୱର ଯଦି ଦକ୍ଷିଣକୁ ଯାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।

10 ପରମେଶ୍ୱର ମୋତେ ଜାଣନ୍ତି। ସେ ମୋତେ ପରୀକ୍ଷା କରୁଛନ୍ତି, ଶେଷରେ ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।

11 ମୁଁ ସର୍ବଦା ପରମେଶ୍ୱରଙ୍କ ପଥରେ ଗ୍ଭଲିଛି। ମୁଁ କେବେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।

12 ମୁଁ ସବୁବେଳେ ପରମେଶ୍ୱରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ୱରଙ୍କ ମୁଖରୁ ନିସୃତ ବାଣୀକୁ ମୋର ପ୍ରିୟ ଖାଦ୍ୟଠାରୁ ଅଧିକ ଭଲ ପାଇଛି।

13 “କିନ୍ତୁ ପରମେଶ୍ୱର କେବେହେଲେ ବଦଳନ୍ତି ନାହିଁ। କେହି ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ହୋଇ ପାରିବ ନାହିଁ। ପରମେଶ୍ୱର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।

14 ପରମେଶ୍ୱର ମୋ’ ପ୍ରତି ଯାହା କରିବାକୁ ଗ୍ଭହାନ୍ତି ତାହା ସେ ନିଶ୍ଚୟ କରିବେ। ତାଙ୍କର ମଧ୍ୟ ମୋ’ ପ୍ରତି ଅନେକ କିଛି କରିବାକୁ ଯୋଜନା ଥିବ।

15 ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ଭୟ କରେ। ମୁଁ ଏ କଥା ବୁଝିପାରେ। ତେଣୁ ମୁଁ ପରମେଶ୍ୱରଙ୍କୁ ଭୟ କରେ।

16 ପରମେଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ୱର ମୋତେ ଭୟଭୀତ କରୁଛନ୍ତି।

17 ମୋ’ ଉପରେ ଘଟିଯାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମୋ’ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସେହି କଳା ଅନ୍ଧକାର ମୋତେ ଚୁପ୍ କରି ରଖିପାରବ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan