ଆୟୁବ 22 - ପବିତ୍ର ବାଇବଲଇଲୀଫସ୍ ଉତ୍ତର ଦେଲା 1 ତୈମନୀୟ ଇଲୀଫସ୍ ଉତ୍ତର ଦେଇ କହିଲା, 2 “ପରମେଶ୍ୱର କ’ଣ ଆମ୍ଭର ସାହାଯ୍ୟ ଆବଶ୍ୟକ କରନ୍ତି? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଦରକାରୀ ନୁହେଁ। 3 ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ’ଣ ପରମେଶ୍ୱରଙ୍କ ସୁଖର କାରଣ ଅଟେ? ତା'ଦ୍ୱାରା ସର୍ବଶକ୍ତିମାନ ପରମେଶ୍ୱର କ’ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର? 4 ଏହା କ’ଣ ତାଙ୍କ ପ୍ରତି ଭୟ କାରଣରୁ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଭିଯୋଗ କଲେ କି? ଏହା କ’ଣ ସେ କାରଣ ଯେ ତୁମ୍ଭେ ତାଙ୍କୁ ଉପାସନା କର? 5 ନା, ଏହାର କାରଣ ତୁମ୍ଭେ ଅତ୍ୟଧିକ ପାପ କରିଛ। ତୁମ୍ଭେ କେବେ ନିବୃତ୍ତ ରହି ନାହଁ। 6 ହୋଇପାରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦେଇଥିଲ ଏବଂ ତାକୁ ବାଧ୍ୟ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦେବାକୁ ପ୍ରମାଣ ସ୍ୱରୂପ ଯାହା ଫଳରେ ସେ ତୁମ୍ଭକୁ ଫେରସ୍ତ କରିବ। ହୋଇପାରେ ତୁମ୍ଭ ଗରିବ ଲୋକଟିର କପଡ଼ା ମଧ୍ୟ ନେଇଛ ବନ୍ଧକ ସ୍ୱରୂପ କରଜ ଦେଇ। ହୋଇପାରେ ତୁମ୍ଭେ ଏହା ବିନାକାରଣରେ କରିଅଛ। 7 ହୋଇପାରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦେଇ ନାହଁ। 8 ଆୟୁବ, ତୁମ୍ଭର ବହୁତ ଗ୍ଭଷ ଜମି ଥିଲା ଏବଂ ଲୋକମାନେ ତୁମ୍ଭକୁ ସମ୍ବୋଧନ କରୁଥିଲେ। 9 ଏହାବି ହୋଇପାରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦେଇ ପଠାଇ ଦେଇଛ। ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ। 10 ବୋଧହୁଏ ସେଥିପାଇଁ ତୁମ୍ଭ ଗ୍ଭରି କଡ଼ରେ ଫାନ୍ଦ ବସାଯାଇଛି ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହୋଇ ପଡ଼ିଛ। 11 ଏହି କାରଣ ପାଇଁ ଏତେ ଅନ୍ଧକାର ଘଟିଛି ଯେ, ତୁମ୍ଭେ କିଛି ଦେଖି ପାରୁ ନାହଁ, କାହିଁକି ତୁମ୍ଭେ ପ୍ରବଳ ବନ୍ୟାଜଳରେ ଢାଙ୍କି ହୋଇଛ। 12 “ପରମେଶ୍ୱରଙ୍କ ନିବାସସ୍ଥାନ ସ୍ୱର୍ଗର ସବୁଠୁ ଊର୍ଦ୍ଧ୍ୱରେ ନୁହଁ କି? ଦେଖ ନକ୍ଷତ୍ରଗଣ ମଧ୍ୟ କେତେ ଉଚ୍ଚରେ ଅଛନ୍ତି। 13 ଆୟୁବ ତୁମ୍ଭେ ହୁଏତ କହିପାର, ‘ପରମେଶ୍ୱର କ’ଣ ଜାଣନ୍ତି? ପରମେଶ୍ୱର କ’ଣ ସେହି ଘନ ଅନ୍ଧକାର ବାଦଲ ମଧ୍ୟରୁ ଆମ୍ଭକୁ ଦେଖି ବିଗ୍ଭର କରନ୍ତି? 14 ଘନ ବାଦଲ ପରମେଶ୍ୱରଙ୍କୁ ଆମ୍ଭଠାରୁ ଲୁଗ୍ଭଇ ରଖେ, ତେଣୁ ସେ ଆମ୍ଭକୁ ଦେଖି ପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଗ୍ଭଲି ପାରନ୍ତି।’ 15 “ଆୟୁବ, ତୁମ୍ଭେ ସେହି ପୁରୁଣା ବାଟରେ ଗ୍ଭଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳରେ ଯାଉଥିଲେ। 16 ସେହି ଦୁଷ୍ଟମାନେ ଧ୍ୱଂସ ପାଇ ସାରିଛନ୍ତି। ସେମାନଙ୍କର ମୃତ୍ୟୁ ସମୟ ଆସିବା ପୂର୍ବରୁ। ସେମାନେ ବନ୍ୟାରେ ଭାସି ଯାଇଛନ୍ତି। 17 ସେହି ଲୋକମାନେ ପରମେଶ୍ୱରଙ୍କୁ କହିଥିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ! ପରମେଶ୍ୱର ସର୍ବଶକ୍ତିମାନ ଆମ୍ଭକୁ କିଛି କରି ପାରନ୍ତି ନାହିଁ।’ 18 ଯଦ୍ୟପି ପରମେଶ୍ୱର ସେମାନଙ୍କ ଗୃହରେ ଉତ୍ତମ ଦ୍ରବ୍ୟ ପୂର୍ଣ୍ଣ କରିଥିଲେ। ମୁଁ ସେହି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ। 19 ଧାର୍ମିକ ଲୋକେ ସେମାନଙ୍କ ଧ୍ୱଂସ ଦେଖିବାକୁ ଗ୍ଭହାନ୍ତି। ଏବେ ସେହି ଧାର୍ମିକ ଲୋକମାନେ ଆନନ୍ଦିତ ହେବେ। ନିରୀହ ଲୋକ ଦୁଷ୍ଟ ଲୋକଙ୍କ ବିଷୟରେ ହାସ୍ୟ କରିବେ। 20 ‘ସତରେ ଆମ୍ଭ ଶତ୍ରୁମାନେ ଧ୍ୱଂସ ହୋଇଛନ୍ତି। ଅଗ୍ନି ସେମାନଙ୍କ ସମ୍ପତ୍ତିକୁ ଜାଳି ଦେଇଛି।’ 21 “ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦିଅ, ତାଙ୍କ ସହିତ ଶାନ୍ତିରେ ବାସ କର। ଏହା କଲେ ତୁମ୍ଭେ ଅନେକ ଭଲ ବସ୍ତୁ ପାଇବ। 22 ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା’ ପ୍ରତି ଧ୍ୟାନ ଦିଅ। 23 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭକୁ ପୁନଃସ୍ଥାପନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର। 24 ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ୟବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଗ୍ଭର କର। 25 ତୁମ୍ଭର ସୁବର୍ଣ୍ଣ ସେହି ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ସେ ତୁମ୍ଭର ମୂଲ୍ୟବାନ ରୂପା ସଦୃଶ ଅଟନ୍ତି। 26 ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଉପଭୋଗ କର। ସେମାନେ ତା'ପରେ ପରମେଶ୍ୱରଙ୍କୁ ଅନାଇବେ। 27 ତା'ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡାକ ଶୁଣିବେ। ଯାହାସବୁ ପ୍ରତିଜ୍ଞା ତାଙ୍କଠାରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହେବ। 28 ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚୟ ତାହା ସଫଳ ହେବ। ତା'ହେଲେ ପ୍ରକୃତରେ ତୁମ୍ଭର ଭବିଷ୍ୟତ ଉଜ୍ଜ୍ୱଳ ହେବ। 29 ପରମେଶ୍ୱର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି। କିନ୍ତୁ ନମ୍ର ଲୋକକୁ ସାହାଯ୍ୟ କରନ୍ତି। 30 ଯିଏ ନିରୀହ ନୁହେଁ ତାକୁ ମଧ୍ୟ ସେ ଉଦ୍ଧାର କରନ୍ତି। ଏହିପରି ଜଣେ ଲୋକ ଉଦ୍ଧାର ହେବ କାରଣ ତୁମ୍ଭର ହସ୍ତ ଶୁଦ୍ଧ ଅଟେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International