Biblia Todo Logo
Bìoball air-loidhne

- Sanasan -

ଆୟୁବ 20 - ପବିତ୍ର ବାଇବଲ


ସୋଫର ଉତ୍ତର ଦେଲା

1 ତା'ପରେ ନାମାଥୀୟ ସୋଫର ଉତ୍ତର ଦେଇ କହିଲା,

2 “ମୋର ଉ‌‌‌ଦ୍‌‌‌ବେଗ ଚିନ୍ତା ମୋତେ ବାଧ୍ୟ କରିଛି ତୁମକୁ ଉତ୍ତର ଦେବା ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।

3 ତୁମ୍ଭେ ତୁମ୍ଭର ଉତ୍ତରରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦେବାକୁ ହେବ ମୁଁ ଜାଣେ।

4-5 “ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପାରେ ନାହିଁ। ଏହା ସତ୍ୟ ବହୁ ସମୟରୁ ଯେତେବେଳଠାରୁ ଆଦମ ଏ ପୃଥିବୀରେ ରଖାଯାଇଥିଲା। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାୟୀ ଅଟେ।

6 ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ। ତା'ର ମସ୍ତକ ମେଘକୁ ଛୁଇଁ ପାରେ।

7 କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହୋଇଯିବ। ଯେଉଁ ବ୍ୟକ୍ତିମାନେ ତାକୁ ଜାଣିଥିଲେ ସେମାନେ କହିବେ, ‘ସେ କାହିଁ?’

8 ସେ ସ୍ୱପ୍ନ ଭଳି ମିଳାଇଯିବ। ଆଉ ତାକୁ କେହି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଭୁଲି ହୋଇଯିବ।

9 ଯେଉଁ ବ୍ୟକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖି ପାରିବେ ନାହିଁ। ତା'ର ପରିବାର ମଧ୍ୟ ତା’ ଆଡ଼କୁ ପୁଣି ଅନାଇବେ ନାହିଁ।

10 ଦୁଷ୍ଟ ବ୍ୟକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫେରାଇ ଦେବେ। ତା'ର ନିଜ ହାତ ମଧ୍ୟ ତା'ର ସମ୍ପତ୍ତିକୁ ଫେରାଇ ଦେବ।

11 ଯେତେବେଳେ ସେ ଯୁବକ ଥିଲା, ତା'ର ହାଡ଼ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ୟାନ୍ୟ ଅଙ୍ଗଭଳି ସେ ମଧ୍ୟ ଶୀଘ୍ର ମାଟିରେ ମିଶିଯିବ।

12 “ଦୁଷ୍ଟତା ତା’ ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା’ ଜିଭତଳେ ରଖେ।

13 ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖରେ ଏହା ଥାଏ।

14 ସେ ମିଠା ତା'ର ପାକସ୍ଥଳୀରେ ବିଷରେ ପରିଣତ ହୁଏ ଏବଂ ତାହା ତିକ୍ତ ବିଷ ତା’ ଭିତରେ ହୋଇଯାଏ, ଯେପରି ସାପର ବିଷ।

15 ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉ‌‌‌ଦ୍‌‌‌ଗାର କରିବ। ପରମେଶ୍ୱର ତାହା ତାକୁ ବାନ୍ତି କରାଇ ଦେବେ।

16 ସାପର ଗରଳ ଦୁଷ୍ଟ ଲୋକର ପାନୀୟରେ ପରିଣତ ହେବ। ସେହି ସାପର ବିଷଦାନ୍ତ ଶେଷରେ ତାକୁ ଦଂଶନ କରି ମାରିବ।

17 ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ।

18 ଦୁଷ୍ଟ ଲୋକ ତା'ର ଲାଭ ଫେରାଇବାକୁ ବାଧ୍ୟ ହେବ। ସେ ଯାହା ପାଇଁ ଏତେ କଷ୍ଟ ସ୍ୱୀକାର କଲା, ତାକୁ ସେ ଭୋଗ କରି ପାରିବ ନାହିଁ।

19 କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି। ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।

20 “ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ। ତା'ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ।

21 ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା'ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ।

22 ଯେତେବେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା’ ଉପରକୁ ଆସିବ, ତା'ର କଷ୍ଟ ତା’ ଉପରକୁ ସମସ୍ତ ଶକ୍ତି ସହିତ ଆସିବ।

23 ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ।

24 ସେ ହୁଏତ ଲୁହା ‌‌ଖ‌ଡ଼୍‌ଗରୁ ରକ୍ଷା ପାଇପାରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକେଇବ।

25 ସେହି ତମ୍ବାତୀର ତା'ର ପୁରା ଶରୀର ଦେଇ ଗତି କରିବ। ତା'ର ପିଠି ପଟ ଦେଇ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦେବ, ଏବଂ ତା’ ଉପରେ ଆତଙ୍କ ଆସିବ।

26 ତା'ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ। ଅଗ୍ନି ସେ ସବୁ ଧ୍ୱଂସ କରିବ। ଏହା କୌଣସି ମନୁଷ୍ୟକୃତ ଅଗ୍ନି ନ ଥିବ। ଏହା ଦୈବାଗ୍ନି ତା’ ଘରର ସମସ୍ତ ପଦାର୍ଥକୁ ଜାଳି ଦେବ।

27 ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ।

28 ପରମେଶ୍ୱରଙ୍କ କୋପର ବନ୍ୟା ତା’ ଘରର ସମସ୍ତ ପଦାର୍ଥକୁ ବୋହି ନେଇଯିବ।

29 ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହା ହିଁ ପରମେଶ୍ୱର ଯୋଜନା କରିଛନ୍ତି ତାଙ୍କୁ ଦେବା ପାଇଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan