Biblia Todo Logo
Bìoball air-loidhne

- Sanasan -

ଆୟୁବ 18 - ପବିତ୍ର ବାଇବଲ


ବି‌‌ଲ୍‌‌ଦଦ୍ ଆୟୁବକୁ ଉତ୍ତର ଦେଲା

1 ଏହା ପରେ ଶୂହୀୟ ବି‌‌ଲ୍‌‌ଦଦ ଉତ୍ତର ଦେଇ କହିଲା,

2 “ଆୟୁବ, ତୁମ୍ଭେ କେତେବେଳେ କଥା କହିବା ବନ୍ଦ କରିବ? ତୁମ୍ଭେ ଚୁପ୍ ହୁଅ ଏବଂ ଶୁଣ, ଆମ୍ଭକୁ କିଛି କହିବାକୁ ଦିଅ।

3 ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ ଗାଈ ପଶୁଭଳି ବୋକା?

4 ଆୟୁବ, ତୁମ୍ଭର ରାଗ କେବଳ ତୁମ୍ଭକୁ ଆଘାତ କରିବ। କେବଳ ତୁମ୍ଭ ପାଇଁ କ’ଣ ଲୋକେ ପୃଥିବୀକୁ ପରିତ୍ୟାଗ କରିବେ? ତୁମ୍ଭେ କ’ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ୱର ପର୍ବତକୁ ଘୁଞ୍ଚାଇ ଦେବେ?

5 “ହଁ, ଦୁଷ୍ଟ ଲୋକର ଆଲୋକ ଲିଭିଯିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହେବ।

6 ତାଙ୍କ ଘରର ଆଲୋକ ଅନ୍ଧକାରରେ ପରିଣତ ହେବ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିଯିବ।

7 ତାଙ୍କର ଶକ୍ତ ପାଦ କ୍ଷୀଣ ହୋଇଯିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।

8 ତାଙ୍କ ନିଜର ପାଦ ତାଙ୍କୁ ଯନ୍ତା ଭିତରକୁ ଟାଣି ନେବ। ସେ ସେହି ଯନ୍ତା ଭିତରକୁ ଯାଇ ତା’ ଭିତରେ ବନ୍ଦୀ ହେବ।

9 ଗୋଟିଏ ଯନ୍ତା ତା'ର ପାଦକୁ ଧରିନେବ। ଯନ୍ତା ଭିତରେ ସେ ଦୃଢ଼ ଭାବରେ ରହିଯିବ।

10 ଭୂମିରେ ଲୁକାୟିତ ଗୋଟିଏ ଦଉଡ଼ି ତାକୁ ଫାଶରେ ପକାଇବ। ସେ ପଡ଼ିବାକୁ ଥିବା ଯନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।

11 ଭୟଙ୍କରତା ତାଙ୍କ ଗ୍ଭରିପାଖରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷେପକୁ ଗୋଡ଼େଇବ।

12 ଖରାପ ବିଷୟ ତା’ ପାଇଁ ଭୋକିଲା ଅଛି। ଧ୍ୱଂସ ବିଧ୍ୱସ୍ତ ତା’ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଯେତେବେଳେ ପଡ଼ିବ।

13 ଭୟଙ୍କର ବ୍ୟାଧି ତା'ର ଚମଡ଼ାକୁ ଖାଇଯିବ, ତାହାପରେ ବାହୁ ଓ ଗୋଡ଼କୁ ପଚେଇ ଦେବ।

14 ଦୁଷ୍ଟ ବ୍ୟକ୍ତି ଶେଷରେ ତା'ର ନିରାପଦ ମଣୁଥିବା ଘରୁ ତଡ଼ା ଖାଇବ। ତାକୁ ଧରି ନିଆଯାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ।

15 ତା'ର ବାସଗୃହ ଶୂନ୍ୟ ହୋଇଯିବ। ତା'ର ଘର ଗ୍ଭରିପାଖରେ ଜଳନ୍ତା ଗନ୍ଧକ ବିଞ୍ଚାଯିବ।

16 ତା'ର ମୂଳ ଶୁଷ୍କ ହୋଇଯିବ ଓ ତା'ର ଉପରର ଡାଳ ଶାଖାପ୍ରଶାଖା ମରିଯିବ।

17 ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ। ତାକୁ ଆଉ କେହି ମନେ ରଖିବେ ନାହିଁ।

18 ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠେଲି ଦେବେ। ସେମାନେ ତାକୁ ଏ ପୃଥିବୀରୁ ତଡ଼ି ଦେବେ।

19 ତା'ର କୌଣସି ସନ୍ତାନସନ୍ତତି ଓ ନାତି ନାତୁଣୀ ହେବ ନାହିଁ। ତା’ ପରିବାରର କେହି ଗୃହରେ ବାସ କରିବା ନିମନ୍ତେ ରହିବେ ନାହିଁ।

20 ପଶ୍ଚିମ ଦେଶର ଲୋକମାନେ ଯେତେବେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହୋଇଛି ସେମାନେ ସ୍ତମ୍ଭିତ ହେବେ। ପୂର୍ବ ଦେଶର ଲୋକମାନେ ଏ କଥା ଶୁଣି ଭୟରେ କମ୍ପି ଉଠିବେ।

21 ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି। ଏହା ହିଁ ଘଟିବ ସେ ଲୋକକୁ, ଯିଏ ପରମେଶ୍ୱରଙ୍କୁ ଜାଣେ ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan