Biblia Todo Logo
Bìoball air-loidhne

- Sanasan -

ଆୟୁବ 12 - ପବିତ୍ର ବାଇବଲ


ଆୟୁବ ସୋଫରକୁ ଉତ୍ତର ଦେଲା

1 ତା'ପରେ ଆୟୁବ ସେମାନଙ୍କୁ ଉତ୍ତର ଦେଇ କହିଲା,

2 “ତୁମ୍ଭେ ଭାବୁଛ ତୁମ୍ଭେ କେବଳ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ୟ ମରିଯିବ।

3 କିନ୍ତୁ ମୋର ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭଠାରୁ ନ୍ୟୁନ ନୁହେଁ, ଯେକୌଣସି ଲୋକ ଏହା ସତ୍ୟ ବୋଲି ଦେଖି ପାରିବ।

4 “ମୁଁ ମୋର ବନ୍ଧୁମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି। ସେମାନେ କୁହନ୍ତି, ‘ସେ ପରମେଶ୍ୱରଙ୍କୁ ଡାକିଲା ଓ ପରମେଶ୍ୱର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।’ ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ସରଳ ତଥାପି ସେମାନେ ମୋତେ ଦେଖି ହସନ୍ତି।

5 ମଶାଲ ତା’ ପାଇଁ ଆବଶ୍ୟକ ନାହିଁ ଯିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସେହିମାନଙ୍କ ପାଇଁ ଉପଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।

6 ଡକାୟତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ୱରଙ୍କୁ ବିରକ୍ତ କରାନ୍ତି, ସେମାନେ ଶାନ୍ତିରେ ରହନ୍ତି ଏବଂ ସେମାନଙ୍କର ବଳ ହେଉଛି ସେମାନଙ୍କର ପରମେଶ୍ୱର।

7 “ତୁମ୍ଭେ ଜନ୍ତୁମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ ଶିକ୍ଷା ଦେବେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ କହିବେ।

8 ତୁମ୍ଭେ ପୃଥିବୀକୁ ପଗ୍ଭର ସେ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ସମୁଦ୍ରର ମାଛକୁ ପଗ୍ଭର ସେ ତୁମ୍ଭକୁ ଜ୍ଞାନ କଥା କହିବ।

9 ଏ କଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।

10 ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଓ ନିଶ୍ୱାସ ନେଇ ବଞ୍ଚୁଥିବା ମଣିଷସବୁ ପରମେଶ୍ୱରଙ୍କ ଶକ୍ତିର ଅଧୀନରେ।

11 କିନ୍ତୁ ଜିହ୍ୱା ଯେପରି ଖାଦ୍ୟର ସ୍ୱାଦ ବାରିପାରେ। କାନ ସେପରି ଶୁଣୁଥିବା ଶବ୍ଦକୁ ବାରିପାରେ।

12 ତେଣୁ ଆମ୍ଭେ କହୁଛୁ, ‘ଜ୍ଞାନ ବୃଦ୍ଧ ଲୋକମାନଙ୍କଠାରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।’

13 କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ୱରଙ୍କଠାରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।

14 ଯଦି ପରମେଶ୍ୱର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରି ପାରନ୍ତି ନାହିଁ। ଯଦି ପରମେଶ୍ୱର ଜଣକୁ ବନ୍ଦୀଗୃହରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟା କରି ମଧ୍ୟ ତାକୁ ମୁକୁଳାଇ ପାରନ୍ତି ନାହିଁ।

15 ଯେତେବେଳେ ପରମେଶ୍ୱର ବର୍ଷାକୁ ରୁଦ୍ଧ କରନ୍ତି, ତା'ହେଲେ ପୃଥିବୀ ଶୁଷ୍କ ହୋଇଯାଏ ଏବଂ ସେ ଯେତେବେଳେ ବର୍ଷା ଛାଡ଼ିଦିଅନ୍ତି, ତା'ହେଲେ ପୃଥିବୀରେ ବନ୍ୟା ହୋଇଯାଏ।

16 ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ।

17 ପରମେଶ୍ୱର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଗ୍ଭରକମାନଙ୍କୁ ନିର୍ବୋଧରେ ପରିଣତ କରନ୍ତି।

18 ରାଜା ଲୋକମାନଙ୍କୁ ବନ୍ଦୀଗୃହରେ ନିକ୍ଷେପ କରନ୍ତି। କିନ୍ତୁ ପରମେଶ୍ୱର ସେହି ଲୋକମାନଙ୍କୁ ମୁକ୍ତି ଦେଇ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।

19 ପରମେଶ୍ୱର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନେକରନ୍ତି।

20 ପରମେଶ୍ୱର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କୁ ମଧ୍ୟ ଚୁପ୍ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

21 ପରମେଶ୍ୱର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ୟ ଛଡ଼ାଇ ନିଅନ୍ତି।

22 ପରମେଶ୍ୱର ଅନ୍ଧକାରର ଗୂଢ଼ ରହସ୍ୟକୁ ଜାଣନ୍ତି। ସେ ମୃତ୍ୟୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦେଇ ପାରନ୍ତି।

23 ପରମେଶ୍ୱର ରାଜ୍ୟକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି ଓ ଶେଷରେ ତାକୁ ବିଛାଡ଼ି ପକାନ୍ତି। ସେ ରାଜ୍ୟକୁ ବୃଦ୍ଧି କରନ୍ତି ଏବଂ ତା'ର ଲୋକମାନଙ୍କୁ ବିନାଶ କରନ୍ତି।

24 ପରମେଶ୍ୱର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ୟହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।

25 ସେହି ନେତାମାନେ ଆଲୋକ ବିନା ଅନ୍ଧାରରେ ଦରାଣ୍ଡି ହୁଅନ୍ତି। ପରମେଶ୍ୱର ସେମାନଙ୍କୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan