ଆୟୁବ 10 - ପବିତ୍ର ବାଇବଲ1 ମୁଁ ମୋର ନିଜର ପ୍ରାଣକୁ ଘୃଣା କରେ, ତେଣୁ ମୁଁ ସ୍ୱଚ୍ଛନ୍ଦରେ ମୋର ଅଭିଯୋଗ କରିବି। ମୋର ଆତ୍ମା ତିକ୍ତ ହୋଇ ଗଲାଣି, ତେଣୁ ବର୍ତ୍ତମାନ ମୁଁ କହି ପାରିବି। 2 ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ। ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି। ମୋ’ ବିପକ୍ଷରେ ତୁମ୍ଭର କ’ଣ କହିବାର ଅଛି। 3 ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ’ଣ ତୁମ୍ଭକୁ ଖୁସୀ କରେ? ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ। 4 ହେ ପରମେଶ୍ୱର, ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି? ମନୁଷ୍ୟମାନେ ଯେପରି ଦେଖନ୍ତି, ତୁମ୍ଭେ କ’ଣ ସେପରି ଦେଖ? 5 ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ଭଳି କ୍ଷୀଣ? ତୁମ୍ଭର ଜୀବନ କ’ଣ ମନୁଷ୍ୟର ଜୀବନ ଭଳି କ୍ଷଣସ୍ଥାୟୀ? 6 ତୁମ୍ଭେ ମୋର ଅଧର୍ମ ଓ ପାପକୁ ଖୋଜୁଛ। 7 ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ। କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ। 8 ହେ ପରମେଶ୍ୱର, ତୁମ୍ଭେ ମୋତେ ତୁମ୍ଭ ହାତରେ ଗଢ଼ିଛ। ମୋର ଶରୀରକୁ ତୁମ୍ଭେ ନିର୍ମାଣ କରିଛ। କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମୋତେ ଧ୍ୱଂସ କରିଛ। 9 ହେ ପରମେଶ୍ୱର, ତୁମ୍ଭେ ମନେରଖ ତୁମ୍ଭେ ମୋତେ ମାଟି ତୁଲ୍ୟ ତିଆରି କରିଥିଲ। ପୁଣି ମୋତେ ଧୂଳିରେ ମିଶାଇ ଦେବ କି? 10 ତୁମ୍ଭେ କ୍ଷୀର ପରି ମୋତେ ଢାଳି ଦେଇଛ, ତୁମ୍ଭେ ଛେନା ପରି ମୋତେ ଘୁରାଅ ଏବଂ ଚିପୁଡ଼ି ଦିଅ। 11 ଏବେ ତୁମ୍ଭେ ମୋତେ ହାଡ଼ ଓ ଶିରାରେ ମୋର ଶରୀର ଗଢ଼ିଛ, ତା'ପରେ ଚର୍ମ ଓ ମାଂସରେ ମୋର ଶରୀର ଆଚ୍ଛାଦିତ କରିଛ। 12 ତୁମ୍ଭେ ମୋତେ ଜୀବନ ଦାନ କରିଛ ଏବଂ ମୋତେ ଦୟା ଦେଖାଇଛ। ତୁମ୍ଭେ ମୋର ଯତ୍ନ ନେଇଛ ଏବଂ ମୋର ଆତ୍ମାର ପର୍ଯ୍ୟବେକ୍ଷକ ହୋଇଛ। 13 ତଥାପି ଏସବୁ ବିଷୟ ତୁମ୍ଭେ ତୁମ୍ଭ ହୃଦୟରେ ଗୋପନ ରଖିଥିଲ, ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାୟ। ହଁ, ମୁଁ ଜାଣେ ଏହା ହିଁ ତୁମ୍ଭ ମନର ବିଗ୍ଭର। 14 ଯଦି ମୁଁ ପାପ କରିଛି, ତୁମ୍ଭେ ମୋତେ ଦେଖିବ, ଯେହେତୁ ତୁମ୍ଭେ ମୋତେ ଅଧର୍ମ କରିଥିବାରୁ ଶାସ୍ତି ଦେବ। 15 ମୁଁ ଯେତେବେଳେ ପାପ କରେ, ମୁଁ ଦୋଷୀ ହୁଏ ଏବଂ ତାହା ମୋ’ ପ୍ରତି ବହୁତ ଖରାପ। ଯଦିଓ ମୁଁ ନିର୍ଦ୍ଦୋଷ ମୁଁ ମୁଣ୍ଡ ଟେକି ପାରେ ନାହିଁ। ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ। 16 ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ। 17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମୋ’ ବିରୁଦ୍ଧରେ ନେଇଆସ ମୋତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମୋ’ ଉପରେ ବାରମ୍ବାର ନାନା ପ୍ରକାରରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ୟ ପରେ ସୈନ୍ୟ ମୋ’ ବିରୁଦ୍ଧରେ ପଠାଇଛ। 18 ହେ ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ଜନ୍ମ ହେବାକୁ ଦେଲ? ମୁଁ ଇଚ୍ଛା କରେ କେହି ମୋତେ ଦେଖିବା ପୂର୍ବରୁ ମରିଯାଇଥା’ନ୍ତି। 19 ମୋତେ ଭଲ ହୋଇଥା’ନ୍ତା, ଯଦି ମୁଁ ବଞ୍ଚି ନ ଥା’ନ୍ତି। କି ମାତୃଗର୍ଭରୁ ସିଧା କବରକୁ ଯାଇଥିଲେ, ଭଲ ହୋଇଥା’ନ୍ତା। 20 ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି, ତେଣୁ ମୋତେ ଛାଡ଼ିଦିଅ। ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ। 21 ମୁଁ ସେହି ସ୍ଥାନକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ। ଯାହା ମୃତ୍ୟୁ ଓ ଅନ୍ଧକାର ଅଟେ। 22 ମୋର ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସେହି ଦେଶକୁ ଯିବା ପୂର୍ବରୁ ଯାହାକୁ କେହି କେବେ ଦେଖି ନାହିଁ, ସେହି ଅନ୍ଧକାର ଅବ୍ୟବସ୍ଥା ରାଜ୍ୟରେ ଆଲୋକ ମଧ୍ୟ ଘନ ଅନ୍ଧକାର ସମାନ ଅଟେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International