Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 43 - ପବିତ୍ର ବାଇବଲ

1 ଏବଂ ତା'ପରେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଲୋକମାନଙ୍କୁ କ’ଣ କହିବା ପାଇଁ ଗ୍ଭହିଁଥିଲେ, ଯିରିମିୟ ତାହା କହିବା ଶେଷ କରୁ ନ କରୁଣୁ।

2 ହୋଶିୟର ପୁତ୍ର ଅସରିୟ, କାରେହର ପୁତ୍ର ଯୋହାନନ୍ ଓ ଅନ୍ୟ କେତେକ ଅହଙ୍କାରୀ ଲୋକ କ୍ରୋଧାନ୍ୱିତ ହୋଇ ଯିରିମିୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାନ୍ତି, ‘ତୁମ୍ଭେମାନେ ମିଶରରେ ଯାଇ ପ୍ରବାସ କର ନାହିଁ।’

3 କିନ୍ତୁ ନେରିୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କ‌‌ଲ୍‌‌ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନେଇଯିବେ।”

4 ଏହିରୂପେ କାରେହର ପୁତ୍ର ଯୋହାନନ୍, ତାହାର ସେନାପତି ସକଳ ଓ ସମସ୍ତ ଲୋକ ଯିହୁଦାରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କଲେ ନାହିଁ।

5 ମାତ୍ର ସଦାପ୍ରଭୁଙ୍କ ବାକ୍ୟ ମାନିବା ପରିବର୍ତ୍ତେ କାରେହର ପୁତ୍ର ଯୋହାନନ୍ ଓ ସମସ୍ତ ସେନାପତି ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ ଓ ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେଉଁ ଲୋକମାନେ ଯିହୁଦାରେ ପ୍ରବାସ କରିବାକୁ ଫେରି ଆସିଥିଲେ, ସେମାନଙ୍କୁ ମିଶରକୁ ନେଲେ।

6 ସେମାନେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ୟାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ ଆଉ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଓ ନେରିୟର ପୁତ୍ର ବାରୂକକୁ ମିଶରକୁ ନେଲେ।

7 ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଅବଧାନ କଲେ ନାହିଁ। ତେଣୁ ସେମାନେ ମିଶରକୁ ଯାଇ ତଫ‌‌‌ନ୍‌‌‌ହେଷ ସହରରେ ଉପସ୍ଥିତ ହେଲେ।

8 ଅନନ୍ତର ତଫ‌‌‌ନ୍‌‌‌ହେଷରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

9 “ହେ ଯିରିମିୟ, ତୁମ୍ଭେ କେତେଗୁଡ଼ିଏ ବୃହତ୍ ପ୍ରସ୍ତର ନେଇ ତଫ‌‌‌ନ୍‌‌‌ହେଷରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଗ୍ଭଇ ରଖ।

10 ସେମାନଙ୍କୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଦେଖ, ଆମ୍ଭେ ଆମ୍ଭର ଗ୍ଭକର ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆସିବା ପାଇଁ ଆଦେଶ ଦେଇଛୁ ଓ ଆମ୍ଭେ ଯେଉଁ ପ୍ରସ୍ତରକୁ ଲୁଗ୍ଭଇ ରଖିଅଛୁ, ତାହା ଉପରେ ଆପଣା ରାଜକୀୟ ଚନ୍ଦ୍ରାତାପ ବିସ୍ତାର କରିବ।

11 ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀ ହେବା ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ‌‌ଖ‌ଡ଼୍‌ଗଯୋଗ୍ୟ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ସମର୍ପଣ କରିବ।

12 ନବୂଖ‌ଦ୍‌ନିତ୍ସର ମିଶର ଦେଶସ୍ଥ ସମସ୍ତ ଦେବାଳୟରେ ଅଗ୍ନି ସଂଯୋଗ କରିବ। ସେ ସେଗୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନେଇଯିବ। ପୁଣି ମେଷପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସେହିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶରରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।

13 ଆଉ ମଧ୍ୟ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ଯ୍ୟ ଦେବର ମନ୍ଦିରରେ ଥିବ, ସେଗୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦେବାଳୟ ସବୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ।’”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan