ଯିରିମୀୟ 20 - ପବିତ୍ର ବାଇବଲଯିରିମିୟ ଓ ପଶ୍ହୂର 1 ଯିରିମିୟ ଏହିସବୁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲାବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍ହୂର ତାହା ଶୁଣିଲା। 2 ତେଣୁ ପଶ୍ହୂର ଭବିଷ୍ୟଦ୍ବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନର ଉପର ଫାଟକରେ ଥିବା ହରିକାଠରେ ତାକୁ ବନ୍ଦ କରି ରଖିଲା। 3 ତହିଁ ପରଦିନ ପଶ୍ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତା'ପରେ ଯିରିମିୟ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି ‘ମାଗୋର ମୀଷାବୀବ୍’ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି। 4 କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା ଯେ, ତୁମ୍ଭ ପାଇଁ ଯାହା ଘଟିବ, ସେଥିରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହେବେ। ଏବଂ ସେମାନେ ସେମାନଙ୍କର ଶତ୍ରୁଗଣର ଖଡ଼୍ଗରେ ନିହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତରେ ଦେବା, ତା'ପରେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଯିବା ଓ ସେମାନଙ୍କୁ ସେଠାରେ ହତ୍ୟା କରାଯିବ। 5 ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ। 6 ପୁଣି ହେ ପଶ୍ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହୋଇ ବାବିଲକୁ ଯିବେ। ତୁମ୍ଭେ ସେହି ସ୍ଥାନରେ ମରିବ ଓ ସେଠାରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲ, ସେହି ବନ୍ଧୁମାନେ ମଧ୍ୟ ସେହିଠାରେ ମରିବେ ଓ କବର ନେବେ।’” ଯିରିମିୟଙ୍କ ପଞ୍ଚମ ଅଭିଯୋଗ 7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି। ତୁମ୍ଭେ ମୋ'ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ'ଠାରୁ ଜୟ କରିଅଛ। ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରୁଛନ୍ତି। 8 ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ। ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ ଲୋକେ ପ୍ରତିଥର ମୋତେ ଧିକ୍କାର ଓ ବିଦ୍ରୂପ କରିଛନ୍ତି। 9 ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।” ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ। ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ। ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି। 10 ମୁଁ ବହୁବାର ଅପବାଦ ଶୁଣିଅଛି। ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି। ସେମାନେ ଅଭିଯୋଗ କରି କହନ୍ତି, “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ମିଥ୍ୟା ଓ ମନ୍ଦକଥା କହିବା, ତୁମ୍ଭେମାନେ ମଧ୍ୟ ତାହା କହିବ। ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।” 11 କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି। ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବେ ଓ ମୋତେ ପରାସ୍ତ କରି ପାରିବେ ନାହିଁ। ସେମାନେ ଘୋର ଅପମାନିତ ହେବେ କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ। 12 ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ। ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ। ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି। ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ। 13 ସଦାପ୍ରଭୁଙ୍କ ବିଷୟରେ ଗାନ କର, ତାଙ୍କର ପ୍ରଶଂସା କର। କାରଣ ସେ ଦୁଷ୍ଟାଗ୍ଭରୀଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରନ୍ତି। ଯିରିମିୟଙ୍କ ଷଷ୍ଠ ଅଭିଯୋଗ 14 ମୋର ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁ ଦିନ ମୋର ମାତା ମୋତେ ଜନ୍ମ ଦେଲା, ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ। 15 ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା, “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ। 16 ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ। ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ। ଆଉ ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ। 17 କାରଣ, ସେ ମୋତେ ମାତୃ ଗର୍ଭରେ ମାରି ପାରିଲା ନାହିଁ। ତାହା କରିଥିଲେ ମୋର ମାତୃଗର୍ଭ ମୋର କବର ହୋଇଥା’ନ୍ତା ଓ ମୁଁ ଜନ୍ମ ନେଇ ନ ଥା’ନ୍ତି। 18 ମୁଁ କାହିଁକି ଜନ୍ମ ହେଲି? ଲଜ୍ଜା ଓ ଦୁଃଖରେ ମୋର ସମସ୍ତ ଜୀବନ ଅତିବାହିତ ହେଲା। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International